ପାଣି ହାଣ୍ଡିରେ ବୁଡ଼ି ଶିଶୁକନ୍ୟା ମୃତ

ପାଣି ହାଣ୍ଡିରେ ବୁଡ଼ି ଶିଶୁକନ୍ୟା ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନା ଅଧୀନ କାମ୍ବାଗୁଡ଼ା ଗ୍ରାମରେ ପାଣି ଭର୍ତ୍ତି ହଣ୍ଡାରେ ପଡ଼ି ଏକ ୧୮ ମାସର କନ୍ୟା ସନ୍ତାନର ମୃତ୍ୟୁ ହୋଇଛି। ସୂଚନା ପ୍ରକାରେ, କାମ୍ବାଗୁଡ଼ାର ସୁବାସ ଦିଗାଲଙ୍କ ଶିଶୁ କନ୍ୟାଟି ଘରେ ଖେଳିବା ସମୟରେ ଘରେ ପାଣି ଭର୍ତ୍ତି ହୋଇ ରହିଥିବା ଏକ ହଣ୍ଡା ଭିତରେ ପଡ଼ି ଯାଇଥିଲା। ହେଲେ ଏହାକୁ କେହି ଦେଖି ପାରି ନଥିଲେ। କିଛି ସମୟ ପରେ ଶିଶୁର ମା' ଏହା ଦେଖି ଶିଶୁକୁ ଉଦ୍ଧାର କରି ପ୍ରଥମେ ଗୁମାଗଡ଼ ମେଡିକାଲ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ସଦର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe