ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲ୍ : ଆତ୍ମହତ୍ୟା କଲେ ଯୁବତୀ, ଅଭିଯୋଗ ଥାଇ ବି ପଦକ୍ଷେପ ନେଇନଥିଲା ପୁଲିସ

ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲ୍ : ଆତ୍ମହତ୍ୟା କଲେ ଯୁବତୀ, ଅଭିଯୋଗ ଥାଇ ବି ପଦକ୍ଷେପ ନେଇନଥିଲା ପୁଲିସ

ଜଗତସିଂହପୁର/ଗାରୋଇ : ଦିନେ ନୁହେଁ କି ମାସେ, ଦୀର୍ଘ ଦୁଇ ବର୍ଷ ଧରି ବ୍ଲାକ୍‌ମେଲର ଶିକାର ହୋଇ ଆସୁଥିବା ଜଣେ ଯୁବତୀ ଶେଷରେ ଆତ୍ମହତ୍ୟା କରିଛନ୍ତି। ନ୍ୟାୟ ପାଇଁ ଦ୍ବାରସ୍ଥ ହୋଇଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଅଭିଯୁକ୍ତଙ୍କୁ ଖୋଲା ଛାଡ଼ି ଦେବା ଘଟଣା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ତିରୁଣା ପଞ୍ଚାୟତର ତେନ୍ତୋଇ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ମୃତ ଯୁବତୀ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଦାସ (୨୩)।

ଲକ୍ଷ୍ମୀପ୍ରିୟାଙ୍କ ମା' ସାକୁଲିଙ୍କ ସୂଚନା ଅନୁଯାୟୀ, ସ୍ଥାନୀୟ ଗଙ୍ଗଦାହାଟରେ କୁକୁଡ଼ା ମାଂସ ଦୋକାନ କରିଥିବା ଦୀପକ ବେହୁରା (୨୫ ବର୍ଷ) ୨୦୧୭, ଜାନୁଆରି ମାସର ଗୋଟିଏ ଦିନ ତାଙ୍କ ଘରେ ପଶିବା ସହିତ ବଳପୂର୍ବକ ଲକ୍ଷ୍ମୀପ୍ରିୟାଙ୍କୁ କାବୁ କରି, ତାଙ୍କ ହାତ ଗୋଡ଼ ବାନ୍ଧି ପୋଷାକ ଖୋଲି କିଛି ଅଶ୍ଳୀଳ ଫଟୋ ଉଠାଇ ନେଇଥିଲା। ଏହାପରେ ଦୀପକର ଅସଲ ଖେଳ ଆରମ୍ଭ ହୋଇଥିଲା। ମନ୍ଦ ଉେଦ୍ଦଶ୍ୟ ରଖି ସେ ବାରମ୍ବାର ଏହି ଫଟୋକୁ ଲକ୍ଷ୍ମୀପ୍ରିୟାଙ୍କ କବାଟ ଓ ଗାଁର ଅନ୍ୟାନ୍ୟ ସ୍ଥାନରେ ଲଗାଉଥିଲା। ଫଳରେ ଏହାକୁ ନେଇ ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲାଜରେ ମୁଣ୍ତ ଉଠାଇ ବାଟ ଚାଲି ପାରୁନଥିଲେ। ସାହିଲୋକଙ୍କ ତାଗିଦ୍‌ ସତ୍ତ୍ବେ ସେ ବାରମ୍ବାର ଫଟୋ ଲଗାଉଥିଲେ। ଫଳରେ ବାଧ୍ୟ ହୋଇ ହଟକିଶୋର ଥାନାରେ ଅଭିଯୋଗ କରିବା ସହ ଦୀପକଙ୍କ ଯୋଗୁଁ ଗାଁ ଛାଡ଼ି ଚାଲିଯିବେ ବୋଲି ପୁଲିସ ଆଗରେ କହିଥିଲେ। ମାତ୍ର, ଏ କ୍ଷେତ୍ରରେ ପୁଲିସ କିଛି ବି ପଦକ୍ଷେପ ନେଲାନି ବୋଲି ସାକୁଲି ଅଭିଯୋଗ କରିଛନ୍ତି।

publive-image

ଆଜି ଗୁରୁବାର ଥିବାରୁ ସମସ୍ତେ ଭୋର ସମୟରୁ ଉଠି ଯାଇଥିଲେ। ସାକୁଲି ଓ ତାଙ୍କ ସ୍ବାମୀ ହଟକିଶୋର ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳେ ଝାଡ଼ୁ ମାରିବା ପାଇଁ ଲକ୍ଷ୍ମୀପ୍ରିୟା ଘର କବାଟ ଖୋଲିଲା ବେଳକୁ ପୁଣି ତାଙ୍କର ଅଶ୍ଳୀଳ ଫଟୋ କବାଟରେ ଲାଗିଥିଲା। ଲକ୍ଷ୍ମୀପ୍ରିୟା ଏ ସଂପର୍କରେ ମା’ ସାକୁଲିଙ୍କୁ ଜଣାଇଥିବା ବେଳେ ଆଜି ଏ ନେଇ ଥାନାରେ ଅଭିଯୋଗ କରିବେ ବୋଲି ମା’ ସାକୁଲି କହିଥିଲେ। କିନ୍ତୁ ଏଭଳି ଘଟଣାରେ ଅତିଷ୍ଠ ଲକ୍ଷ୍ମୀପ୍ରିୟା ତୁରନ୍ତ ଘର କବାଟ ବନ୍ଦ କରି ଓଢଣୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ଯୁବତୀଙ୍କ ଆତ୍ମହତ୍ୟା ପରେ ଅଭିଯୁକ୍ତ ଯୁବକ ଦୀପକ ବେହୁରା ଫେରାର ହୋଇଯାଇଛନ୍ତି। ନାଉଗାଁ ଥାନା ପୁଲିସ ଦୀପକଙ୍କ ବାପା ଅକ୍ଷୟଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe