ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!, ଜଙ୍ଗଲରୁ ଗଳିତ ଶବ ଉଦ୍ଧାର

Advertisment

Verywell Mind

ବଣାଇଁଗଡ଼/କଲେଇପୋଷ : ସୁନ୍ଦରଗଡ଼ ଜିଲ୍ଲାରେ ଦୁଷ୍କର୍ମ ଲଜ୍ଜା ଯେମିତି ଥମିବାର ନାଁ ନେଉନାହିଁ! ଗୋଟିଏ ପରେ ଗୋଟିଏ ନାବାଳିକା ଦୁଷ୍କର୍ମ ଘଟଣା ଜିଲ୍ଲାକୁ ଥରାଇ ଦେଉଥିବାବେଳେ ଆଜି ପୁଣି ଜଣେ ଯୁବତୀଙ୍କର ଗଳିତ ନଗ୍ନ ଶରୀରକୁ ଉଦ୍ଧାର କରା ଯାଇଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟାକରି ଫିଙ୍ଗି ଦିଆ ଯାଇଥିବା ଅନୁମାନ କରା ଯାଉଛି।

ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଥାନା ଅନ୍ତର୍ଗତ ଦଲମକୁଚା-କେନ୍ଦୁଘାଟି ମଧ୍ୟରେ ଥିବା ପ୍ରଥମ ମୋଡ଼ ଜଙ୍ଗଲରୁ ଆଜି ଜଣେ ଅଜଣା ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ ଉକ୍ତ ସ୍ଥାନରେ ଜଣେ ଅଜଣା ଯୁବତୀଙ୍କର ନଗ୍ନ ଶବ ପଡ଼ିଥିବା ଦେଖି ଲୋକେ ଲହୁଣିପଡ଼ା ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର ସହ ବ୍ୟବଚ୍ଛେଦ ପାଇଁ ପଠାଇ ତନାଘନା ଚଳାଇଛି। ଯୁବତୀଙ୍କର କୌଣସି ପରିଚୟ ମିଳି ପାରି ନଥିବାବେଳେ ତାଙ୍କ ମୁହଁକୁ ପଥରରେ ଛେଚି ବିକୃତ କରିଦିଆଯାଇଥିବାରୁ ଶବ ଚିହ୍ନଟ କଷ୍ଟକର ହୋଇଛି। ପାରିପାର୍ଶ୍ବିକ ଅବସ୍ଥାରୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe