ସାପ କାମୁଡ଼ାରେ କଲେଜ ଛାତ୍ରୀ ମୃତ

Advertisment
ସର୍ପାଘାତରେ ନାବାଳିକା ମୃତ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଗୁଣ୍ଡିଆପାଲି ପଞ୍ଚାୟତର ବରଡ଼ାତଇଲା ଗ୍ରାମରେ ସୋମବାର ସାପ କାମୁଡ଼ାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଉକ୍ତ ଗ୍ରାମର କରମ ସିଂ ସଏଙ୍କ ଝିଅ କମ୍ବଳ ସଏ (୧୮) ରବିବାର ରାତିରେ ଖାଇ ପିଇ ଶୋଇଥିଲେ।

ତେବେ ରାତିରେ ତାଙ୍କୁ କୌଣସି ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ଜାଣିବା ପରେ ତାଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କମ୍ବଳ ଦେବଗଡ଼ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ଶୀଘ୍ର ତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe