ଝାଡ଼ାବାନ୍ତିରେ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ପନ୍ଦରରୁ ଅଧିକ ଛାତ୍ରୀ ଅସୁସ୍ଥ

Advertisment
ଝାଡ଼ାବାନ୍ତିରେ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ପନ୍ଦରରୁ ଅଧିକ ଛାତ୍ରୀ ଅସୁସ୍ଥ

Telegraph India

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ହଷ୍ଟେଲରେ ଖଦ୍ୟ ଖାଇ ୧୫ରୁ ଅଧିକ ଛାତ୍ରୀ ଆକ୍ରାନ୍ତ ହୋଇଥିବା ବେଳେ ୪ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଗତକାଲି କଲେଜରେ ଖେଳ ଥିବାରୁ ପିଲାମାନେ ହଷ୍ଟେଲ ମେନୁ ହିସାବରେ ଖାଦ୍ୟ ଖାଇଥିଲେ। ହେଲେ ସନ୍ଧ୍ୟା ବେଳେ କୌଣସି କାରଣରୁ୧୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଫଳରେ ଏମାନଙ୍କୁ ହଷ୍ଟେଲରୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଂକ୍ରମଣ ୱାର୍ଡରେ ଭର୍ତି କରି ଚିକିତ୍ସା କରାଯାଉଛି। କେଉଁ କାରଣରୁ ଏହା ହେଲା ଗୋଟେ ଟିମ ଯାଇ ଅନୁଧ୍ୟାନ କରିବ ବୋଲି ପବ୍ଲିକ ହେଲ୍ଥ ଅଫିସର ଡାକ୍ତର ଲଲଟେନ୍ଦୁ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe