ଏନ୍‌ଏଚ୍‌ଆର୍‌ସିରେ ଦିବ୍ୟାଙ୍ଗ ଯୁବତୀ ଗଣଦୁଷ୍କର୍ମ ମାମଲା : କ୍ରାଇମବାଞ୍ଚ ତଦନ୍ତ ଓ ୧୦ ଲକ୍ଷ କ୍ଷତିପୂରଣ ପାଇଁ ଆବେଦନ

ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା : ଏନ୍ଏଚ୍ଆରସିରେ ମାମଲା, ୬ ଅଭିଯୁକ୍ତ ଗିରଫ

ଏନ୍‌ଏଚ୍‌ଆର୍‌ସିରେ ଦିବ୍ୟାଙ୍ଗ ଯୁବତୀ ଗଣଦୁଷ୍କର୍ମ ମାମଲା : କ୍ରାଇମବାଞ୍ଚ ତଦନ୍ତ ଓ ୧୦ ଲକ୍ଷ କ୍ଷତିପୂରଣ ପାଇଁ ଆବେଦନ

Image Soruce: Ipleaders blog

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ଭିନ୍ନ ମୋଡ଼ ନେଇଛି। ପୁଲିସ ମାମଲା ରୁଜୁ କରିବାଠାରୁ ଆରମ୍ଭ କରି ଦୋଷୀଙ୍କୁ ଛାଡ଼ି ଚଞ୍ଚକତା ପୂର୍ବକ ଅନ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ସାମାଜିକ କର୍ମୀ ଜୟନ୍ତ କୁମାର ଦାସ ଜାତୀୟ ମାନବାଧିକାର କମିସନ୍‌ (ଏନ୍ଏ‌ଚ୍ଆ‌ରସି)ଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସର ଭୂମିକା ସନ୍ଦେହ ଘେରର ରହୁଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ପାଇଁ ମାମଲା କ୍ରାଇମବ୍ରାଞ୍ଚକୁ ଦିଆଯିବାକୁ ଏବଂ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନେଇ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ଦାସ ଏନ୍ଏ‌ଚ୍ଆ‌ର୍‌ସିଙ୍କ ନିକଟରେ ନିବେଦନ କରିଛନ୍ତି।

ଭିନ୍ନକ୍ଷମ ଯୁବତୀଙ୍କ ପରିବାର ପକ୍ଷରୁ ଗତ ୧୨ ତାରିଖରେ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଥିଲା। ହେଲେ ୧୨ ତାରିଖରେ ଅଭିଯୋଗ ହୋଇଥିଲେ ବି ପୁଲିସ ୧୫ ତାରିଖରେ ମାମଲା ରୁଜୁ କରିଥିବା ଏଥିରୁ ଜଣା ପଡ଼ିଥିଲା। ପୁଲିସ ଦାରିଙ୍ଗବାଡ଼ି ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କୁ ହାଜର କରିଥିଲା। ସେଠାରେ ତାଙ୍କ ବୟାନ ରେକର୍ଡ଼ ହୋଇଥିଲା। ପରେ ଥାନାରେ ଟିଆଇ ପରେଡ୍‌ରେ ୬ ଜଣ ଯୁବକଙ୍କୁ ମଧ୍ୟରୁ ଭକ୍ତ ପ୍ରଧାନ ଓ ସୁଦର୍ଶନ ପ୍ରଧାନଙ୍କୁ ଅଭିଯୁକ୍ତ ବୋଲି ପୀଡ଼ିତା ଚିହ୍ନଟ କରିଥିଲେ। ହେଲେ ପୁଲିସ ସେମାନଙ୍କୁ ଗିରଫ କରିବା ବଦଳରେ ଆଉ ଦୁଇ ଯୁବକ ସଦାଶିବ ପ୍ରଧାନ ଓ ସୁନିତ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା : ଏନ୍ଏଚ୍ଆରସିରେ ମାମଲା, ୬ ଅଭିଯୁକ୍ତ ଗିରଫ
ରାୟଗଡ଼ା/ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅଞ୍ଚଳର ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ମାମଲାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି)ରେ ମାମଲା ରୁଜୁ ହୋଇଛି। ମାନବାଧିକାର କର୍ମୀ ଜୟନ୍ତ କୁମାର ଦାଶଙ୍କ ଆବେଦନକୁ ଏନ୍ଏଚ୍‌ଆରସି ଗ୍ରହଣ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ନିର୍ଦେଶ ଦେଇଛି। ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ କ୍ଷତିପୂରଣ ନୀତି ଅନୁଯାୟୀ ୧୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଶ୍ରୀ ଦାସ ଆବେଦନରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ସଂପୃକ୍ତ ୬ ଅଭିଯୁକ୍ତକୁ ପୁଲିସ୍ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୀଡ଼ିତା ନାବାଳିକା ୬ମାସର ଗର୍ଭବତୀ ଥିବାରୁ ରାୟଗଡ଼ା ସ୍ବଧାର ଗୃହରେ ରଖାଯାଇଛି।

ଅଭିଯୋଗନୁଯାୟୀ, ଗଣଦୁଷ୍କର୍ମରେ ସଂପୃକ୍ତ ସମସ୍ତ ଅଭିଯୁକ୍ତକୁ ପୁଲିସ୍ ପଣସଗୁଡ଼ା, ବନ୍ଧୁଗୁଡ଼ାରୁ ଉଠାଇବା ପରେ ପଚରାଉଚରା କରିଥିଲା। ତଦନ୍ତ ସମୟରେ ନାବାଳିକାକୁ ବିଭିନ୍ନ ସମୟରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ପୁଲିସ୍ ନିକଟରେ ସ୍ବୀକାର କରିଛନ୍ତି। ଫଳରେ ପୁଲିସ୍ ପଣସଗୁଡ଼ା ଗ୍ରାମର ନାଗଦେବ ଶବର (୨୫), ରଘୁ ଶବର (୨୯), ମନୋଜ ଶବର (୩୦), ଘାସି ଶବର (୩୫), ଲଣ୍ଡା ଓରଫ ସୁରେଶ ଶବର (୩୦) ଏବଂ ବନ୍ଧୁଗୁଡ଼ା ଗ୍ରାମର ମାଝି ଶବର(୩୫)କୁ ଗିରଫ କରିଥିଲା। ଗୁଣପୁର ଉପଖଣ୍ଡ ଡାକ୍ତରଖାନାରେ ସମସ୍ତଙ୍କ ଡାକ୍ତରୀ ମାଇନା କରାଯିବା ପରେ କୋଭିଡ୍ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗୁଣପୁର ଆଦର୍ଶ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ରାୟଗଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି। ପୂର୍ବରୁ ଗତକାଲି ରାୟଗଡ଼ା ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟରେ ୧୬୪ ଧାରା ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ବୟାନ ରେକର୍ଡ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe