ମକର ମେଳାରୁ ଯୁବତୀଙ୍କୁ ଅପହରଣ: ଗଣଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା, ଜଣେ ଅଟକ

Image Source: India Today

ଦାନଗଦୀ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ ଝୁମ୍ପାଣ ମକରମେଳାରୁ ଜଣେ ଆଦିବାସୀ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଯୁବତୀଙ୍କ ମୃତଦେହକୁ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଆଜି ଡୁବୁରୀ ପଞ୍ଚାୟତର ହାତୀମୁଣ୍ଡା ଗାଁର ପଳାସବଣରୁ ପାଲଙ୍କ ଝୁଲନ୍ତା ଶବ ଜବତ କରାଯାଇଛି। କଳିଙ୍ଗନଗର ପୁଲିସ ଯୁବତୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଡାକ୍ତରଖାନାକୁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।

ସୁକିନ୍ଦା ଥାନା ଅନ୍ତର୍ଗତ ପଣସପାଳ ଅଞ୍ଚଳର ଜଣେ ଯୁବତୀ ତାଙ୍କ ସମ୍ପର୍କୀୟ ଭାଉଜଙ୍କ ସହ ଝୁମ୍ପାଣ ମକର ମେଳା(ଟୁସୁ ପର୍ବ) ବୁଲିବା ପାଇଁ ଆସିଥିଲେ। ହାତୀମୁଣ୍ଡାର ୨ ଜଣ ଯୁବକଙ୍କ ସହିତ ଅନ୍ୟ ୩ ଜଣ ଯୁବତୀ ମଧ୍ୟ ମେଳା ଦେଖିବା ପାଇଁ ଆସିଥି‌ଲେ। ସୂଚନା ଅନୁସାରେ, ଅନ୍ୟମାନଙ୍କ ସହିତ ବୁଲି ନଯିବା ପାଇଁ ଯୁବତୀଙ୍କୁ ତାଙ୍କ ଭାଉଜ କୁଆଡ଼େ କହିଥିଲେ। ମାତ୍ର, ଯୁବକମାନେ କୌଶଳ କରି ସେଠାରୁ ତାଙ୍କୁ ନେଇଯାଇଥିଲେ। ରାତି ପର୍ଯ୍ୟନ୍ତ ଯୁବତୀଙ୍କୁ ନପାଇ ଭାଉଜ ଖୋଜାଖୋଜି କରିବା ସହିତ ଘରକୁ ଫେରି ଗାଁରେ କହିଥିଲେ। ଗ୍ରାମବାସୀ ରାତିସାରା ଖୋଜାଖୋଜି କରିବା ‌ସତ୍ତ୍ବେ ତାଙ୍କୁ ପାଇ ନଥିଲେ।

ଆଜି ସକାଳେ ଏ ନେଇ ଅଭିଯୋଗ କରିବାକୁ ପରିବାର ଲୋକେ କଳିଙ୍ଗନଗର ଥାନାକୁ ଯାଇଥିଲେ। ସେହି ସମୟରେ ‌ହାତୀମୁଣ୍ଡାର ପଳାସ ଜଙ୍ଗଲର ଏକ ପଳାସଗଛରେ ଜଣେ ଯୁବତୀ ଝୁଲିଥିବାର ଛେଳି ଚରାଳିମାନେ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପରିବାର ଲୋକେ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ଅନ୍ୟପଟେ ପୁଲିସ ଯୁବତୀଙ୍କ ପରିବାର ଲୋକ, ସେଦିନ ମେଳାରେ ଥିବା କିଛି ଲୋକ ଓ ଗ୍ରାମବାସୀଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe