ସୁରତରେ ଓଡ଼ିଆ ନାବାଳିକାକୁ ହତ୍ୟା

Advertisment

ଖଟ ତଳୁ ବସ୍ତାରେ ବନ୍ଧା ମୃତଦେହ ମିଳିଲା, ପେସାଦାର ଅପରାଧୀ ଅଟକ

ଖଟ ତଳୁ ବସ୍ତାରେ ବନ୍ଧା ମୃତଦେହ ମିଳିଲା, ପେସାଦାର ଅପରାଧୀ ଅଟକ

ସୁରତରେ ଓଡ଼ିଆ ନାବାଳିକାକୁ ହତ୍ୟା

ବ୍ରହ୍ମପୁର : ସୁରତରେ ଓଡ଼ିଶାର ଜଣେ ନାବାଳିକାକୁ ହତ୍ୟା କରାଯାଇଛି। ଏକ ବନ୍ଦ ଘରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରତିବାଦରେ ପ୍ରବାସୀ ଓଡ଼ିଆ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ହତ୍ୟାକାରୀକୁ ଗିରଫ କରିବାକୁ ଦାବି କରିଛନ୍ତି। ଶେଷ ଖବର ସୁଦ୍ଧା ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ଘରମାଲିକ ମୁକେଶ ପ୍ରଜାପତି। ୧୧ ବର୍ଷ ଜେଲ୍‌ ଖଟିଥିବା ସେ ଜଣେ ପେସାଦାର ଅପରାଧୀ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ଇଲାକାର ଏକ ପରିବାର ସୁରତ କତାରଗାଁ ବେଡ୍‌ରୋଡ଼ସ୍ଥିତ ତିରୁପତି ସୋସାଇଟିରେ ରହୁଛନ୍ତି। ବାପା, ମା’ ଓ ୪ଝିଅକୁ ନେଇ ତାଙ୍କର ପରିବାର। ବାପା ଏକ କାରଖାନାରେ କାମ କରୁଛନ୍ତି। ପ୍ରତିଦିନ ଭଳି ଗତକାଲି ସକାଳେ ବାପା କାମ କରିବାକୁ ଯାଇଥିଲେ। ମଧ୍ୟାହ୍ନରେ ବାପା ଘରକୁ ଆସିବାପରେ ୭ବର୍ଷର ସାନଝିଅ ନିଖୋଜ ଥିବା ଜାଣିବାକୁ ପାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ଝିଅର ପତ୍ତା ମିଳି ନଥିଲା। ଶେ‌ଷରେ, ପରିବାରବର୍ଗ ଚୌକ୍‌ ବଜାର ଥାନା ପୁଲିସକୁ ଖବର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଝିଅର ଫଟୋ ଧରି ପୁଲିସ ଦିନସାରା ବିଭିନ୍ନ ସ୍ଥାନରେ ଖୋଜିଥିଲା। ହେଲେ, କୌଣସି ସୂଚନା ପାଇ ନଥିଲା। ରାତିରେ ପୁଲିସ ତିରୁପତି ସୋସାଇଟିର ପ୍ରତ୍ୟେକ ଘର ଯାଞ୍ଚ୍‌ କରିଥିଲା। ଏହିସମୟରେ ଏକ ଘର ବନ୍ଦ ରହିଥିବା ପୁଲିସ ଦେଖିବାକୁ ପାଇଥିଲା। ପୁଲିସ ଘର ମାଲିକକୁ ଫୋନ୍‌ କରିଥିଲେ ବି ସେହି ବ୍ୟକ୍ତି ଜଣକ ଫୋନ୍‌ ଉଠାଇ ନଥିଲେ। ଫଳରେ, ପୁଲିସ ବାଧ୍ୟହୋଇ ଘର ତାଲା ଭାଙ୍ଗିଥିଲା। ଯାଞ୍ଚ୍‌ ପରେ ଏକ କୋଠରିରେ ଥିବା ଏକ ଖଟରେ ଅଖା ବସ୍ତାରେ ବନ୍ଧାହୋଇଥିବା ଝିଅର ମୃତଦେହ ଉଦ୍ଧାର ହୋଇଥିଲା। ପଞ୍ଚନାମା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଫୋନ୍‌ ନମ୍ବର ଟ୍ରାକ୍‌କରି ଅଭିଯୁକ୍ତ ଘର ମାଲିକ ମୁକେଶ ପ୍ରଜାପତିକୁ ଧରିବାରେ ସକ୍ଷମ ହୋଇଛି।

ଅନ୍ୟପଟେ ଆଜି ଏହି ଘଟଣା ପ୍ରଚାର ହେବାପରେ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ନାବାଳିକା ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ରାସ୍ତାରୋକ ଓ ବିକ୍ଷୋଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe