ପିକ୍‌ନିକ୍‌ କରିବାକୁ ଯାଇ ଅଘଟଣ : ପିଲାସାଲୁଙ୍କି ଡ୍ୟାମ୍‌ରେ ବୁଡ଼ିଗଲା ଡଙ୍ଗା, ଯୁବତୀ ନିଖୋଜ, ୫ ଜଣଙ୍କୁ ଉଦ୍ଧାର କଲେ ସହଯୋଗୀ

Advertisment
ପିକ୍‌ନିକ୍‌ କରିବାକୁ ଯାଇ ଅଘଟଣ : ପିଲାସାଲୁଙ୍କି ଡ୍ୟାମ୍‌ରେ ବୁଡ଼ିଗଲା ଡଙ୍ଗା, ଯୁବତୀ ନିଖୋଜ, ୫ ଜଣଙ୍କୁ ଉଦ୍ଧାର କଲେ ସହଯୋଗୀ

Justdial

ଖଜୁରୀପଡା/ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଗଂଜୁପଦର ନିକଟ ପିଲାସାଲୁଙ୍କି ଡ୍ୟାମରେ ଘଟିଛି ଅଘଟଣ। ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ି ଯାଇ ଜଣେ ଯୁବତୀ ନିଖୋଜ ହୋଇଥିବା ଜଣାପଡ଼ିଛି। ତେବେ ନିକଟରେ ଥିବା ଅନ୍ୟ ସହଯୋଗୀଙ୍କ ଉଦ୍ୟମ କ୍ରମେ ବୁଡ଼ି ଯାଉଥିବା ଅନ୍ୟ ୩ ଯୁବତୀ ଓ ଦୁଇ ଯୁବକଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଯୁବତୀ ଜଣକ ହେଲେ ସୁନିତା ଝାଙ୍କର(୨୭)। ତେବେ ଉଦ୍ଧାର ହୋଇଥିବା ୫ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ନିଖୋଜ ଯୁବତୀଙ୍କ ସନ୍ଧାନ ପାଇଁ ଫୁଲବାଣୀ ସମେତ ଫିରିଙ୍ଗିଆ ଓ ଖଜୁରୀପଡା ଅଗ୍ନିଶମ ବିଭାଗ କର୍ମଚାରୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ହୋଇଥିଲେ ମଧ୍ୟ ଯୁବତୀଙ୍କ କୌଣସି ସନ୍ଧାନ ମିଳିପାରିନାହିଁ। ଘଟଣାସ୍ଥଳରେ ଖଜରୀପଡା ପୁଲିସ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ ଦୁତିମେଣ୍ଡି ପଞ୍ଚାୟତ ବନ୍ଧସାହିର କିଛି ଯୁବକଓ ଯୁବତୀ ନୂଆ ବର୍ଷ ଭୋଜି କରିବାକୁ ଗଂଜୁପଦରକୁ ଯାଇଥିଲେ। ସେଠାରେ ଡ୍ୟାମରେ ରଖାଯାଇଥିବା ଏକ ମାଛଧରା ଡଙ୍ଗାରେ ଅପରାହ୍‌ଣ ସାଢେ ୩.୩୦ ମିନଟରେ ୪ ଜଣ ଯୁବତୀ ଓ ୨ ଯୁବକ ଡ୍ୟାମ୍‌ ଭିତରକୁ ବୁଲିବାକୁ ଯାଇଥିଲେ। ହେଲେ ପାଗ କୋହଲା ସାଙ୍ଗକୁ ପବନ ବହୁଥିବାରୁ ଡଙ୍ଗାଟି ଡ୍ୟାମ୍‌ରେ ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଫଳରେ ଏଥିରେ ଥିବା ୬ ଜଣ ପାଣି ଭିତରେ ବୁଡ଼ି ଯାଇଥିଲେ। ନିକଟରେ ଭୋଜିରେ ବ୍ୟସ୍ତ ଥିବା ଅନ୍ୟ ସହଯୋଗୀ ଯୁବକମାନେ ଡଙ୍ଗା ଓଲଟିବା ଦେଖି ପାଣିକୁ ପହଁରି ପହଁରି ଯାଇ ଅନ୍ୟମାନଙ୍କୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ। ତେବେ ସୁନିତା ଝାଙ୍କର ପାଣିରେ ବୁଡ଼ି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe