ରାଜଧାନୀରେ ଲଜ୍ଜା : ଯୁବତୀଙ୍କୁ ଦୁଷ୍କର୍ମ; ସହକର୍ମୀ ଗିରଫ

Advertisment

ଗୁରୁତର ଅବସ୍ଥାରେ ପୀଡ଼ିତା ହସ୍ପିଟାଲରେ ଭର୍ତ୍ତି, ଦୁହେଁ ଘରୋଇ ହସ୍ପିଟାଲରେ ଚାକିରି କରୁଥିଲେ

ଗୁରୁତର ଅବସ୍ଥାରେ ପୀଡ଼ିତା ହସ୍ପିଟାଲରେ ଭର୍ତ୍ତି, ଦୁହେଁ ଘରୋଇ ହସ୍ପିଟାଲରେ ଚାକିରି କରୁଥିଲେ

ଲକ୍‌ଡାଉନ୍‌ରେ ବଢ଼ୁଛି ଘରୋଇ ହିଂସା, ନିର୍ଯାତନା ଅଭିଯୋଗ ଆଣିଲେ ୧୯୮୧ ମହିଳା

www.hindustantimes.com

ଖଣ୍ଡଗିରି : ଦୁଷ୍କର୍ମକୁ ନେଇ ସଂସଦରୁ ନେଇ ସଡ଼କ ଯାଏ ସବୁଠି ଝଡ଼ ବହୁଛି। ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମାତ୍ର କିଛି ଯୌନ ପିପାସୁଙ୍କ ଉପରେ ଏସବୁର କୌଣସି ପ୍ରଭାବ ପଡ଼ିଲା ଭଳି ମନେ ହେଉନାହିଁ। ରାଜଧାନୀ ଉପକଣ୍ଠ ଭରତପୁର ନିକଟ ପଣ୍ଡାକୁଦିଆ ବସ୍ତି ଅଞ୍ଚଳରେ ଜଣେ ଯୁବତୀଙ୍କୁ ତାଙ୍କର ଜଣେ ସହଯୋଗୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ଏହି ଦୁଷ୍କର୍ମ ହୋଇଥିବାବେଳେ ପୀଡ଼ିତା ଜଣକ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଆଜି ଅପରାହ୍‌ଣରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ପରିବାର ଲୋ‌କେ ଏ ନେଇ ଆଜି ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ସେହି ଆଧାରରେ ଅଭିଯୁକ୍ତ ଜଗନ୍ନାଥ ମହାନ୍ତିକୁ ଗିରଫ କରିଛି। ଜଗନ୍ନାଥର ଘର ଜଗତସିଂହପୁର ଜିଲ୍ଲାରେ। ଏଠାରେ ସେ ସାଁପୁରରେ ଏକ ଭଡ଼ା ଘରେ ରହେ। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ପୀଡ଼ିତା ଯୁବତୀ ଓ ଜଗନ୍ନାଥ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି। ଯୁବକ ଜଣକ ସୁପରଭାଇଜର ଭାବେ ଚାକିରି କରୁଥିବାବେଳେ ଯୁବତୀ ସେହି ହସ୍ପିଟାଲର ସୁଇପିଂ ବିଭାଗର ଆ‌ଟେଣ୍ଡାଣ୍ଟ ଅଛନ୍ତି। ମାସେ ତଳେ ସେମାନଙ୍କର ଦେଖାସାକ୍ଷାତ ହୋଇ ପରିଚୟ ବଢ଼ିଥିଲା। ଗତକାଲି ରାତି ପ୍ରାୟ ୮ଟାରେ ଉଭୟଙ୍କ ଡ୍ୟୁଟି ସରିବା ପରେ ଜଗନ୍ନାଥ ଯୁବତୀଙ୍କୁ ବୁଲିଯିବା ପାଇଁ ଡାକିଥିଲେ। ଯୁବତୀ ଜଣଙ୍କ ତା’ କଥାରେ ରାଜି ହୋଇ ନିକଟ ପଣ୍ଡାକୁଦିଆ ବସ୍ତିକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ ଯୁବତୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଏଥିରେ ଯୁବତୀଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ। ଆଜି ଅପରାହ୍‌ଣରେ ଜଗନ୍ନାଥ ତାଙ୍କୁ ସେ କାମ କରୁଥିବା ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଚିକିତ୍ସା କରାଇ ନାବାଳିକାକୁ ଚୁପ୍‌ଚାପ୍‌ ଛାଡ଼ି ଦେବା ଚକ୍କରରେ ଥିଲା ଅଭିଯୁକ୍ତ। ମାତ୍ର ଡାକ୍ତର ସବୁ ବିଗାଡ଼ି ଦେଲେ। ସନ୍ଦେହ ହେବାରୁ ଡାକ୍ତର ତୁରନ୍ତ ଏ ସଂପର୍କରେ ଖଣ୍ଡଗିରି ଥାନାକୁ ଜଣାଇଥିଲେ। ପୁଲିସକୁ ଖବର ହେବା ଜାଣି ଜଗନ୍ନାଥ ସେଠାରୁ ଚମ୍ପଟ ମାରିଥିଲା। ତେବେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଯୁବତୀ ଜଣକ ପୁଲିସ ଆଗରେ ବୟାନ ଦେବା ପରେ ପୁଲିସର ଏକ ଟିମ୍‌ ପଣ୍ଡାକୁଦିଆ ବସ୍ତି ଅଞ୍ଚଳରେ ଚଢ଼ଉ କରି ଜଗନ୍ନାଥକୁ ଧରିଥିଲା। ଖବର ପାଇ ଯୁବତୀଙ୍କ ବାପା, ମା’ ହସ୍ପିଟାଲ‌ରେ ପହଞ୍ଚି ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe