ଧାନ ଜମିରୁ ଅଜଣା ଯୁବତୀ ଉଦ୍ଧାର ଘଟଣା : ମୁମୂର୍ଷୁ ଅବସ୍ଥାରେ କଟକ ସ୍ଥାନାନ୍ତର

ଧାନ ଜମିରୁ ଅଜଣା ଯୁବତୀ ଉଦ୍ଧାର ଘଟଣା : ମୁମୂର୍ଷୁ ଅବସ୍ଥାରେ କଟକ ସ୍ଥାନାନ୍ତର

indiatoday.in

ଖୋର୍ଦ୍ଧା : ଗତକାଲି ଅପରାହ୍‌ଣରେ ବ୍ରହ୍ମପୁରା ମୌଜାର ବଡ଼ଖୋର୍ଦ୍ଧା ନିକଟସ୍ଥ ଏକ ବିଲରୁ ମୁମୂର୍ଷୁ ଭାବେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ଅଜଣା ଯୁବତୀଙ୍କ ଚେତା ଫେରିଛି। ତେବେ ଏ ପର୍ଯ୍ୟନ୍ତ ସେ କିଛି କହି ପାରୁ ନ ଥିବା ବେଳେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲ୍ ସ୍ଥାନାନ୍ତର କରାଯାଇଛି।

ସୂଚନାନୁସାରେ, ଗତକାଲି ଅପରାହ୍‌ଣ ପ୍ରାୟ ସାଢେ଼ ୫ଟାରେ ୨୫/୩୦ ବର୍ଷର ଜଣେ ଯୁବତୀଙ୍କୁ ଗଡ଼ଖୋର୍ଦ୍ଧାର କିଛି ଯୁବକ ବିଲ ମଧ୍ୟରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଦୀର୍ଘ ସମୟ ଧରି ପାଣିରେ ରହିଥିବାରୁ ତାଙ୍କ ଶରୀରର ଅନେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଶିଥିଳ ପଡ଼ିଯାଇଥିଲା। ଏଣୁ ଅଧିକ ଚିକିତ୍ସା ପାଇଁ ଯୁବତୀଙ୍କୁ ଭୁବନେଶ୍ବର କ୍ୟାପିଟାଲ୍ ହସ୍‌ପିଟାଲ୍ ପଠାଇ ଦିଆଯାଇଥିଲା। ଆଜି ଅପରାହ୍‌ଣରେ ଯୁବତୀଙ୍କ ଚେତା ଫେରିଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇ ନଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ୍ ସ୍ଥାନାନ୍ତର କରାଯାଇଛି। ସଦରଥାନା ଅଧିକାରୀ ଅନିତା ସାହୁଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କ ସହ ଜଣେ ମେଡିକାଲ୍ ଷ୍ଟାଫ୍ ଭୁବନେଶ୍ବର ଯାଇଥିଲେ। ଏହା ସହ ପୁଲିସ୍‌ ଯାଇ ଖବର ସଂଗ୍ରହ କରିଛି। ଯୁବତୀଙ୍କ ଚେତା ଫେରିଥିଲେ ମଧ୍ୟ ସେ କିଛି କହିବା ଅବସ୍ଥାରେ ନଥିଲେ। ଏଣୁ ତାଙ୍କୁ କଟକ ବଡ଼ ମେଡ଼ିକାଲ୍ ପଠାଯାଇଛି। ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହେବା ପରେ ଯାଇ ତାଙ୍କ ବୟାନ ଭିତ୍ତିରେ ଆଇନାନୁସାରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe