ଦୋଳିଖେଳରୁ କାଳ : ବେକରେ ଦଉଡ଼ି ଲାଗି ଚାଲିଗଲା ଛାତ୍ରୀଙ୍କ ଜୀବନ

Advertisment
ଦୋଳିଖେଳରୁ କାଳ : ବେକରେ ଦଉଡ଼ି ଲାଗି ଚାଲିଗଲା ଛାତ୍ରୀଙ୍କ ଜୀବନ

Pngtree

ନୟାଗଡ଼ : ରଜ ସରିଯାଇଥିଲେ ମଧ୍ୟ ଘରେ ବନ୍ଧା ଯାଇଥିବା ‌ଦୋଳି ଫିଟା ଯାଇନଥିଲା। ବର୍ଷା ହେଉଥିବା କାରଣରୁ ସ୍କୁଲ୍‌ ନଯାଇ ମନଖୁସିରେ ଘରେ ଦୋଳି ଖେଳୁଥିବା ବେଳେ ଜଣେ ନାବାଳିକା ଛାତ୍ରୀଙ୍କ ଜୀବନ ଚାଲିଯାଇଛି। ଏଭଳି ଦୁଃଖଦ ଘଟଣା ନୟାଗଡ଼ ସହରସ୍ଥିତ ହାଟପଦା ବସ୍ତିରେ ଘଟିଛି। ମୃତକ ଛାତ୍ରୀ ଜଣଙ୍କ ହେଉଛନ୍ତି ମହେଶ୍ବର ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା (୧୧)। ବାପା, ଦାଦା ସମସ୍ତେ ସ୍ଥାନୀୟ ଜଳଖିଆ ଦୋକାରେ ଥିବା ବେଳେ ଲକ୍ଷ୍ମୀପ୍ରିୟା ଏକା ଘ‌ରେ ଥିଲେ। ଘର ପଛ ପଟେ ବନ୍ଧା‌ ଯାଇଥିବା ଦୋଳିରେ ଲକ୍ଷ୍ମୀ ଖେଳୁଥିବା ବେଳେ ଏହା କୌଣସି କାରଣବଶତଃ ଛିଣ୍ଡିଯାଇଥିଲା ଏବଂ ଦଉଡ଼ିଟି ତାଙ୍କ ବେକରେ ଲାଗି ଚାପି ହୋଇଯାଇଥିଲା। ପରିବାରବର୍ଗ ତାଙ୍କୁ ସ‌ଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନ ଥାନା ପୁଲିସ ‌ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏଭଳି ଅଭାବନୀୟ ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe