ଆନନ୍ଦପୁର : ବିଦ୍ୟାଳୟ ଶ୍ରେଣୀକକ୍ଷରେ ସାପ କାମୁଡ଼ାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ପାଖରେ ବସିଥିବା ସହପାଠୀ କିମ୍ବା ଶିକ୍ଷକ କେହି ଏ ବିଷୟରେ ଜାଣିପାରିନଥିଲେ। ଏ ଘଟଣାରେ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ସ୍ଥାନୀୟ ବାରିଗାଁ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀଙ୍କ ନାମ ମାମାଲି ସାହୁ। ସେ ବାରିଗାଁର ପ୍ରମୋଦ ସାହୁଙ୍କ ଝିଅ ମାମାଲି। ସ୍କୁଲ ପିଲାଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ତାଙ୍କୁ ସବୁଦିନ ଭଳି ଶ୍ରେଣୀଗୃହ ପଛରେ ଏକ ଆଲମାରି ନିକଟରେ ବସାଇ ଦିଆଯାଇଥିଲା। ଆଲମାରି ଭିତରେ ଥିବା ଏକ ନାଗସାପ ତାଙ୍କ ହାତକୁ କାମୁଡ଼ି ଦେଇଥିଲା। ସେ ସେହିସ୍ଥାନରେ ଟଳି ପଡ଼ିଥିଲେ। ଛାତ୍ରୀର ମୃତ୍ୟୁରେ ସ୍କୁଲ୍ରେ ଶୋକର ଛାୟା ଖେଳିଯାଇଛି।
ସ୍କୁଲ ଆଲମାରିରୁ ସାପ ଦଂଶିଲା : ଛାତ୍ରୀ ମୃତ, ପ୍ରଧାନଶିକ୍ଷକ ନିଲମ୍ବିତ
Advertisment
Follow Us