ପ୍ରେମରେ ପ୍ରତାରଣା : ଥଣ୍ଡା ପାନୀୟରେ ବିଷ ଦେଇ ଛାତ୍ରୀଙ୍କୁ ହତ୍ୟା!

Advertisment
ପ୍ରେମରେ ପ୍ରତାରଣା : ଥଣ୍ଡା ପାନୀୟରେ ବିଷ ଦେଇ ଛାତ୍ରୀଙ୍କୁ ହତ୍ୟା!

Photo by : iStock

ଯାଜପୁର : ପ୍ରେମରେ ପ୍ରତାରଣା ପରେ ଜଣେ କଲେଜ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ଉଠିଛି। ଛାତ୍ରୀ ଜଣକ ଧର୍ମଶାଳା ଥାନା ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ଅଲାଢି ସାହିର ରମେଶ ରଣାଙ୍କ ଝିଅ ଶୁଭଲକ୍ଷ୍ମୀ ଓରଫ୍‌ ଲିପା (୧୯)।

ଶୁଭଲକ୍ଷ୍ମୀ ଅଭିମନ୍ୟୁ ସାମନ୍ତ ସିଂହାର କଲେଜ, ବାଲିଆରେ +୩ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ଥିଲେ। ସୋମବାର ଦିନ ସେ ପ୍ରାକ୍‌ଟିକାଲ୍‌ ପରୀକ୍ଷା ଦେବାକୁ ଯାଇଥିଲେ। ମାତ୍ର ସେ ପରୀକ୍ଷା ଦେଇ ନ ଥିଲେ। ବରଂ ସେଦିନ ଦୁଇ ଜଣ ଯୁବକ ତାଙ୍କୁ ବରୀ-ରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତିି କରି ପଳାଇଥିଲେ। ସେ ବିଷ ପିଇଥିବା କୁହାଯାଇଥିଲା। ଖବର ପାଇ ପରିବାର ସଦସ୍ୟ ଓ ସଂପର୍କୀୟ ସେଠାରେ ପହଞ୍ଚିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପରେ ସେହି ଦୁଇଜଣ ଯୁବକ କଟକ ବଡ଼ ମେଡିକାଲରେ ମଧ୍ୟ ପହଞ୍ଚିିଥିଲେ। ସେଠି ସେମାନେ ଛାତ୍ରୀଙ୍କୁ ଧମକଚମକ ଦେଇଥିଲେ। କଟକ ବଡ଼ ଡାକ୍ତରଖାନାରେ ଗୋଟିଏ ଦିନ ଚିକିତ୍ସିତ ହେବା ପରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ଛାତ୍ରୀଙ୍କ ଶବ ପୁଲିସ୍‌ ଦ୍ୱାରା ବ୍ୟବଚ୍ଛେଦ କରାଇବାର ଥିଲେ ମଧ୍ୟ ଡାକ୍ତର ବିଳମ୍ବିତ ରାତିରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ। ପରିବାର ଲୋକ ଶବ ନେଇ ଦାହ କରିଦେଇଥିଲେ।

ଶୁଣିବାକୁ ମଳିଛି ଯେ ମୃତ୍ୟୁପୂର୍ବରୁ ଛାତ୍ରୀ ଜଣକ ଉକ୍ତ ଯୁବକଦ୍ୱୟଙ୍କ ନାମ ଓ ଧମକ ବିଷୟ କହିଥିଲେ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଅଭିଯୁକ୍ତମାନେ ଭିନ୍ନ ସମ୍ପ୍ରଦାୟର ତଥା ଶାସକ ଦଳର କର୍ମୀ ହୋଇଥିବାରୁ କିଛି ନେତା ପରିବାର ଲୋକଙ୍କୁ ଚାପଗ୍ରସ୍ତ କରି ଘଟଣାକୁ ଆତ୍ମହତ୍ୟାର ରୂପ ଦେଇଛନ୍ତି। ମୃତ ଛାତ୍ରୀ ଜଣକ ଉକ୍ତ ଯୁବକ ଦ୍ୱୟଙ୍କ ମଧ୍ୟରୁ ଜଣକୁ ପ୍ରେମ କରୁଥିଲେ। ସଂପୃକ୍ତ ଯୁବକ ପ୍ରତାରଣା କରି ଥଣ୍ଡାପାନୀୟରେ ବିଷ ଦେଇ ତାଙ୍କୁ ହତ୍ୟା କରିଥିବାର ଗୁରୁତର ଅଭିଯୋଗ ହେଉଛି। ଏ ଘଟଣାର ଉଚ୍ଚ ସ୍ତରୀୟ ଓ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ। ପ୍ରକୃତ ଦୋଷୀକୁ ଦଣ୍ଡ ମଳିବା ସହ ମୃତ ଛାତ୍ରୀଙ୍କୁ ନ୍ୟାୟ ମଳିବ ବୋଲି ଛାତ୍ରୀଙ୍କ କିଛି ସହପାଠୀ ପ୍ରକାଶ କରିଛନ୍ତି। ତେବେ ପୁଲିସ ଅଭିଯୋଗ ହୋଇନଥିବା ଦର୍ଶାଇ ଚୁପ୍‌ ବସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe