ଛାତ୍ରୀଙ୍କୁ ଅସଦାଚରଣ ମାମଲା : ଶାରୀରିକ ଶିକ୍ଷା ନିରୀକ୍ଷକଙ୍କ ପଦବି ଗଲା

Advertisment
ହରିୟାଣା ଆଶ୍ରମରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

Crisps News

ବରଗଡ଼ : ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ବିବାଦ ଘେରକୁ ଆସିଥିବା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତ୍ରୈଲୋକ୍ୟ ନାଏକଙ୍କୁ ପଦବି ହରାଇବାକୁ ପଡ଼ିଛି। ଶ୍ରୀ ନାଏକଙ୍କୁ ତାଙ୍କ ପୂର୍ବ ସ୍ଥାନ ଅର୍ଥାତ କୁମେଲସିଂହା ଦଧିବାମନ ହାଇସ୍କୁଲକୁ ଖେଳ ଶିକ୍ଷକ ଭାବେ ଅବସ୍ଥାପିତ ହେବାକୁ ନିର୍ଦ୍ଦେଶ ହୋଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ସଂଖ୍ୟା ୪୬୮୭୮ରେ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲ୍ଲାରେ ସ୍ଥାୟୀ ଶାରୀରିକ ଶିକ୍ଷା ନିରୀକ୍ଷକ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଏହାର ଭାରପ୍ରାପ୍ତ ଦାୟିତ୍ବ ଜଣେ ବରିଷ୍ଠ ଖେଳ ଶିକ୍ଷକଙ୍କୁ ଦିଆଯାଇଛି। ଅମ୍ବାପାଲି ସମଲେଶ୍ବରୀ ହାଇସ୍କୁଲର ଖେଳ ଶିକ୍ଷକ ଭାଗୀରଥି ମହାରଣା ଏହି ଦାୟିତ୍ବରେ ରହିବେ।

ସୂଚନା ମୁତାବକ, ବରିଷ୍ଠ ଖେଳ ଶିକ୍ଷକ ଥିଲେ ହେଁ ଶ୍ରୀ ନାଏକ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ନିଯୁକ୍ତ ହୋଇଥିଲେ। ଯାହାକୁ କେନ୍ଦ୍ର କରି ବରିଷ୍ଠ ଖେଳ ଶିକ୍ଷକ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଏବେ ତାଙ୍କୁ ଅପସାରଣ କରିବା ପରେ ବହୁ ବରିଷ୍ଠ ଖେଳ ଶିକ୍ଷକ ଖୁସି ଜାହିର କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ନାଏକଙ୍କ ବିରୋଧରେ ଥିବା ଅସଦାଚରଣ ଅଭିଯୋଗରୁ ସେ ଏଯାଏ ନିସ୍ତାର ପାଇନାହାନ୍ତି। ଉକ୍ତ ମାମଲାର ତଦନ୍ତ କରିବା ପରେ କମିଟି ରିପୋର୍ଟ ପ୍ରସ୍ତୁତ କରିଛି। ଏହାର ତର୍ଜମା ପରେ ଶ୍ରୀ ନାଏକ ଦୋଷୀ ନା ନିର୍ଦ୍ଦୋ‌ଷ ଜଣାପଡ଼ିବ। ଅଭିଯୋଗ ଅନୁସାରେ, ଶ୍ରୀ ନାଏକ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ ବସ୍‌ରେ ବରଗଡ଼ ଫେରିବା ବାଟରେ ରାତିବେଳା କିଛି ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ସେହିପରି କୁମେଲସିଂହାରୁ ଫେରୁଥିବାବେଳେ କିଛି ଛାତ୍ରଙ୍କୁ ‌ଯୌନ ନିର୍ଯାତନା ଦେଇଥିବା ମଧ୍ୟ ଶ୍ରୀ ନାଏକଙ୍କ ବିରୋଧରେ ଦୁଇଟି ସ୍କୁଲର ପରିଚାଳନା କମିଟି ସଭାପତିମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe