ଛାତ୍ରୀଙ୍କ କାଠ କୋଇଲା ବାନ୍ତି କରିବା ଘଟଣା, ଅଧା ଚିକିତ୍ସାରୁ ଫେରିଗଲେ

Advertisment

Odisha Sun Times

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ କାଠ କୋଇଲା ବାନ୍ତି କରୁଥିବା ଘଟଣା ଭିନ୍ନ ମୋଡ଼ ନେଇଛି। ବୁଧବାର ଛାତ୍ରୀଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅଧା ଚିକିତ୍ସାରୁ ତାଙ୍କ ବାପା ମା’ ଛାତ୍ରୀଙ୍କୁ ଫେରାଇ ନେଇଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ ଖପ୍ରାଖୋଲ ବ୍ଲକ ବୁଢ଼ୀବାହାଲ ଗାଁର ଚୂଡ଼ାମଣି ପୁଟେଲଙ୍କ ଦଶ ବର୍ଷର ଝିଅ ସସ୍ମିତା କୋଇଲା ଖଣ୍ଡ ଭଳି ଜିନିଷ ବାନ୍ତି କରୁଥିବା ନେଇ ମଙ୍ଗଳବାର ବାଲସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଚୂଡ଼ାମଣି କହିଥିଲେ। ଏହା ପରେ ସସ୍ମିତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା। ପ୍ରଥମେ ଶିଶୁ ରୋଗ ବିଶେଷଜ୍ଞ ଘଟଣାକୁ ବିଶ୍ବାସ କରି ନଥିଲେ। ଛାତ୍ରୀଙ୍କୁ ନେଇ ଫେରି ଯାଉଥିବା ବେଳେ କଚେରୀ ଛକରେ ପୁଣି ବାନ୍ତି କରିଥିଲେ। ଏହା ଦେଖି ସାଙ୍ଗରେ ଥିବା ଆୟୁଷ ଡାକ୍ତର ଛାତ୍ରୀଙ୍କୁ ସିଡିଏମଓଙ୍କ ନିକଟକୁ ନେଇଥିଲେ। ସିଡିଏମଓ ସବୁ ଶୁଣିବା ପରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ଛାତ୍ରୀଙ୍କ ଏକ୍ସ-ରେ କରାଯାଇଥିଲା। ସନ୍ଧ୍ୟା ହୋଇଥିବାରୁ ଗୁରୁବାର ଦିନ ଅଲଟ୍ରା ସାଉଣ୍ଡ କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଘରେ ଆଉ ତିନି ଜଣ ଛୁଆ ଥିବାରୁ ସେମାନେ ରହିପାରିବେ ନାହିଁ ବୋଲି ଛାତ୍ରଛାତ୍ରୀଙ୍କ ବାପା ମା’ କହିଥିଲେ। ଗୁରୁବାର ପୁଣି ଆସି ଚିକିତ୍ସା କରାଇବେ ବୋଲି କହିଥିଲେ। ହେଲେ ଗୁରୁବାର ସେମାନେ ହସପିଟାଲକୁ ଆସି ନ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe