IndiaTV News
ଢେଙ୍କାନାଳ : ଢେଙ୍କାନାଳ ସହରର କାଲଟାକ୍ସ ଅଞ୍ଚଳ ହାଟରୋଡ୍ରୁ ଆଜି ଅପରାହ୍ନରେ ଜଣେ ନବମ ଶ୍ରେଣୀ ଛାତ୍ରୀ (୧୪ ବର୍ଷ)ଙ୍କ ମୃତଦେହକୁ ଟାଉନ୍ ଥାନା ପୁଲିସ ଜବତ କରିଛି। ଛାତ୍ରୀ ଜଣକ ଫ୍ୟାନ୍ରେ ଦୋଉଡ଼ି ଦେଇ ଝୁଲି ପଡ଼ିଥିବା ବେଳେ ପରିବାର ଲୋକ ଦେଖି ତାକୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନ୍ ଥାନା ପୁଲିସ ଚିକିତ୍ସାଲୟରେ ପହଞ୍ଚି ମୃତଦେହ ଜବତ କରି ଛାନ୍ଭିନ୍ ଚଳାଇଛି। ମୃତ ଛାତ୍ରୀଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ସେ ଏପରି କାହିଁକି କଲେ ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ପୁଲିସ କହିଛି।
Follow Us