ସ୍କୁଲ୍‌ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ସ୍କୁଲ୍‌ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ବଡ଼ଗାଁ : ବଡ଼ଗାଁ ଠାରୁ ୪ କିମି ଦୂର ପାଣ୍ଡେରପାଲି ସ୍ଥିତ ମିସନ ସ୍କୁଲ ଛାତ୍ରୀବାସରେ ଜନୈକ ୫ ଶ୍ରେଣୀ ଛାତ୍ରୀ ଗତ ୨୫ ତାରିଖ ରାତିରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି। ଘଟଣା ପ୍ରଘଟ ହେବା ପରେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଏ ସଂପର୍କରେ ବଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଶବ ଜବତ କରି ଘଟଣାର ତନାଘନା ଚଳାଇଛି।

ମିଳିଥିବା ସୂଚନାରୁ ପ୍ରକାଶ ଧରୁଆଡିହି ଥାନା ବାଉରିଡିହି ଗ୍ରାମର ସୁନୀଲ କିରୋଙ୍କ ଝିଅ ଲିଜା କିରୋ(୧୧) ପାଣ୍ଡେରପାଲି ସ୍ଥିତ ମିସନ ସ୍କୁଲ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। କିଛି ଦିନ ପୂର୍ବରୁ ସେ ଘରକୁ ଯାଇ ଫେରିଥିବାବେଳେ ସ୍କୁଲ ଛାତ୍ରାବାସ ମଧ୍ୟରେ ଏଭଳି କାଣ୍ଡ ଘଟାଇଥିବା ଛାତ୍ରାବାସ ଦାୟିତ୍ୱରେ ଥିବା ସିଷ୍ଟର କହିଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣା ଅଭିଭାବକ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଏହାର ପ୍ରତିବାଦ ସ୍ୱରୂପ ଗତକାଲି ମଧ୍ୟାହ୍ନରେ ବଡ଼ଗାଁ- ବାମରା ରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ। ପରେ ବଡ଼ଗାଁ ପୁଲିସ ତଥା ରାଜଗାଙ୍ଗପୁର ଏସ୍‌ଡିପିଓ ଘଟଣାରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe