ଚପଲ ଆଣିବାକୁ ଯାଇ ସୁଅରେ ଭାସିଗଲା ବାଳିକା

ଚପଲ ଆଣିବାକୁ ଯାଇ ସୁଅରେ ଭାସିଗଲା ବାଳିକା

sundayexpress.co.ls

ବରଗଡ଼ : ଦନ୍ତାନଦୀର ବନ୍ୟା ପାଣି ଦେଖିବାକୁ ଯାଇଥିବା ଜଣେ ୫ ବର୍ଷର ବାଳିକା ପାଣି ସୁଅରେ ଭାସିଯାଇଛି। ଗୁରୁବାର ସଂଧ୍ୟା ସାଢ଼େ ୫ଟା ବେଳେ ଏହି ଘଟଣାଟି ଘଟିଛି। ଭାସିଯାଇଥିବା ବାଳିକା ଜଣକ ବରଗଡ଼ ସର୍‌ଲା ଗାଁର ବି ହଂସିନୀ ବୋଲି ଜଣାପଡ଼ିଛି। ହଂସିନୀର ପିତାଙ୍କ ଗୋଡ଼ ଭାଂଗି ଯାଇଥିବାରୁ ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପିତାଙ୍କ ଜଣେ ସହଯୋଗୀଙ୍କ ସହ ହଂସିନୀ ବଢ଼ିପାଣି ଦେଖିବାକୁ ଯାଇଥିବାବେଳେ ତା’ର ଚପଲ ଖସିଯାଇଥିଲା। ପାଣି ସୁଅରେ ଚପଲ ଭାସୁଥିବାରୁ ହଂସିନୀ ତାକୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିଜେ ପାଣି ସୁଅରେ ଭାସିଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe