ଶୌଚ ପାଇଁ ଯାଇଥିବା ଯୁବତୀ ନଦୀରେ ବୁଡ଼ି ମୃତ

ମଧ୍ୟପ୍ରଦେଶରେ ଲିଫ୍ଟ ଭୁଶୁଡ଼ି ୬ ମୃତ

zeenews.india.com

ଭଞ୍ଜନଗର: ତାରାସିଂ ଥାନା ଅନ୍ତର୍ଗତ ବଡ ନଦୀରେ ବୁଡ଼ି ଆଜି ସକାଳୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଅନ୍ତର୍ଗତ ପେଟାକିଆରୀ ଗ୍ରାମର ନିର ସେଠୀଙ୍କ ଝିଅ ପ୍ରଭାସିନୀ ସେଠୀ (୧୮)। ଏନେଇ ତାରାସିଂ ଥାନାରେ ଏକ ଅପମୃତ୍ୟୁ ମାମାଲା ରୁଜୁ ହୋଇଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳ ୯ଟା ବେଳେ ଶୌଚ ପାଇଁ ପ୍ରଭାସିନୀ ବଡ ନଦୀକୁ ଯାଇଥିଲେ। ଏହା ପରେ ସେ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାରବର୍ଗ ଓ ଗ୍ରାମବାସୀ ତାଙ୍କୁ ଖୋଜିବାରେ ଲାଗିଥିଲେ। ଶେଷରେ ପ୍ରଭାସିନୀଙ୍କ ଶରୀର ନଦୀରେ ଭାସୁଥିବାର ଲୋକ ଦେଖିଥିଲେ। ପରେ ତାଙ୍କୁ ନଦୀ ପାଣିରୁ ଉଦ୍ଧାର କରାଯାଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଚିକିତ୍ସାଳୟରେ ପ୍ରଭାସିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପରିବାରବର୍ଗଙ୍କ ଅଭିଯାଗ କ୍ରମେ ଥାନାରେ ଏକ ଅପମୃତ୍ୟୁ ମାମାଲା ରୁଜୁ ହୋଇଥିବା ଏଏସଆଇ ବସନ୍ତ କୁମାର ମିଶ୍ର ପ୍ରକାଶ କରିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବରୁ ପ୍ରଭାସିନୀକୁ ଫିଡସ୍‌ ରୋଗ ରହିଥିଲା। ଏହି କାରଣରୁ ହଠାତ୍‌ ସେ ପାଣିରେ ପଡିଯାଇ ମୃତ୍ୟୁବରଣ କରିଥାଇପାରନ୍ତି ବୋଲି ତାଙ୍କ ପରିବାରବର୍ଗ ଲୋକେ ସନ୍ଦେହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe