‘ଗୀତା କଥା ହିଁ ଜୀବନର ତତ୍ତ୍ବ’: ପଞ୍ଚଦିବସୀୟ ‘ଗୀତା କଥା’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ତତ୍ତ୍ବ ଜାଣିଲେ ଭ୍ରାନ୍ତି ତୁଟେ। ପ୍ରତ୍ୟେକ ମଣିଷଙ୍କ ଜୀବନ କୁରୁକ୍ଷେତ୍ରରେ ଆସୁଥିବା ବିପଦ, ଦ୍ବନ୍ଦ୍ବ ଓ ସଂଶୟ ସମୟରେ କେବଳ ଗୀତା ହିଁ ଉଚିତ୍‌ ଦିଗ୍‌ଦର୍ଶନ ଦେଇପାରିବ। ପ୍ରତ୍ୟେକ ମଣିଷଙ୍କ ଜୀବନ ହେଉଛି ଏକ ଗୀତା।

dggddgdg

ଭୁବନେଶ୍ବର: ତତ୍ତ୍ବ ଜାଣିଲେ ଭ୍ରାନ୍ତି ତୁଟେ। ପ୍ରତ୍ୟେକ ମଣିଷଙ୍କ ଜୀବନ କୁରୁକ୍ଷେତ୍ରରେ ଆସୁଥିବା ବିପଦ, ଦ୍ବନ୍ଦ୍ବ ଓ ସଂଶୟ ସମୟରେ କେବଳ ଗୀତା ହିଁ ଉଚିତ୍‌ ଦିଗ୍‌ଦର୍ଶନ ଦେଇପାରିବ। ପ୍ରତ୍ୟେକ ମଣିଷଙ୍କ ଜୀବନ ହେଉଛି ଏକ ଗୀତା। ଗୀତା ତତ୍ତ୍ବ ହିଁ ଜୀବନର ତତ୍ତ୍ବ। ଆଜି ରବୀନ୍ଦ୍ର ମଣ୍ଡପରେ ପଞ୍ଚଦିବସୀୟ ‘ଗୀତା କଥା’ କାର୍ଯ୍ୟକ୍ରମ ଉଦ୍‌ଘାଟନୀ ଅବସରରେ ଏଭଳି କହିଛନ୍ତି ବିଶିଷ୍ଟ ଆଧ୍ୟାତ୍ମିକ ମାର୍ଗଦର୍ଶକ ଗୁରୁ ବାବା ବଳିଆ। ପ୍ରଥମ ସନ୍ଧ୍ୟାରେ ଅନୁଷ୍ଠିତ ‘କାହିଁକି ପଢ଼ିବା ଗୀତା’ ଆଲୋଚନାଚକ୍ରରେ ଶ୍ରୀମଦ୍‌ ବାବା ବଳିଆ କହିଲେ ଯେ ଏକାମ୍ର କ୍ଷେତ୍ରର ପବିତ୍ର ସ୍ଥଳୀରେ ଗୀତାର ମାର୍ଗଦର୍ଶନ ସମସ୍ତଙ୍କ ଜୀବନପ୍ରଣାଳୀକୁ ସରଳ କରୁ। ‘ଗୀତ‌ା’ କେବଳ ଧର୍ମଗ୍ରନ୍ଥରେ ସୀମିତ ନୁହେଁ, ଏହା ଜୀବନର ମାର୍ଗଦର୍ଶନ ବୋଲି ବାବା ମତ ରଖିଥିଲେ। ୨୦୨୫ ବର୍ଷରେ ଯୁଦ୍ଧ ଓ ଦୁର୍ନୀତି ଲୋପପାଉ ବୋଲି ଆଶା କରିଥିଲେ। ଏହି ପରିପ୍ରେକ୍ଷୀରେ ଗାଈକୁ ଜାତୀୟ ପଶୁର ମାନ୍ୟତା ମିଳୁ  ବୋଲି ବାବା ବଳିଆ ମତ ରଖିଛନ୍ତି। ସେ କହିଲେ, ଏ ହିନ୍ଦୁସ୍ତାନରେ ଗୋମାତା ଯୁଗେ ଯୁଗେ ଅମର ଓ ଦେବୀ। ଏଣୁ ଗୋମାତାଙ୍କୁ ଜାତୀୟ ପଶୁର ମାନ୍ୟତା ମିଳୁ ବୋଲି କହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ପତ୍ର ମାଧ୍ୟମରେ ସେ ଅବଗତ କରାଇଥିବା କହିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣରେ କହିଥିଲେ, ସମାଜ, ବ୍ୟବସ୍ଥା ଓ ରାଜନୀତିକୁ ଶୃଙ୍ଖଳାର ସହ ଚଳାଇବାକୁ ହେ‌ଲେ ଗୀତାର ମାର୍ଗଦର୍ଶନ ନିତାନ୍ତ ଆବଶ୍ୟକ। ବାବା ବଳିଆ ୫୦ବର୍ଷ ଧରି ସମାଜ ସଂସ୍କାରର ବାର୍ତ୍ତା ଆମକୁ ଦେଇଆସୁଛନ୍ତି। ବାବାଙ୍କ ବାର୍ତ୍ତାକୁ କାମରେ ଲଗାଇଲେ ସାଧାରଣ ମଣିଷ ତଥା ସରକାର ନିଶ୍ଚିତ ଭାବେ ଉପକୃତ ହୋଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମ‌ର ସଂଯୋଜକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏହି ପଞ୍ଚଦିବସୀୟ କାର୍ଯ୍ୟକ୍ରମର ରୂପରେଖ ବର୍ଣ୍ଣନା କରିବା ସହିତ ବାବା ବଳିଆ ପଞ୍ଚସଖା ବଳରାମ, ଜଗନ୍ନାଥ, ଅନନ୍ତ, ଅଚ୍ୟୁତ ଓ ଯଶୋବନ୍ତଙ୍କ ମୂର୍ତ୍ତିମନ୍ତ ପ୍ରତୀକ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଅନନ୍ତ ବଳିଆ ଟ୍ରଷ୍ଟର ବାବାଜୀ ରାଧେଶ୍ୟାମ ଦାସ, ବାବାଜୀ ପରାମାତ୍ମା ଦାସ, ଚିଦାନନ୍ଦ ବ୍ରହ୍ମଚାରୀ, ବିଶ୍ବ ସନାତନ ସେବାସଂଘ, ଭୁବନେଶ୍ବରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଜଣେ ପତିହରା ମହିଳା ଉଦ୍‌ଘାଟନ କରିଥିଲେ। ଭଗବାନ ଶିଶୁ ଅନନ୍ତଙ୍କ ନିକଟ‌ରେ ୫ଟି ବୃକ୍ଷରେ ପୂଜାର୍ଚ୍ଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe