ଅନ୍ୟମାନଙ୍କ ପାଇଁ ପ୍ରେରଣା ଗୀତାଞ୍ଜଳି

Advertisment
ଅନ୍ୟମାନଙ୍କ ପାଇଁ ପ୍ରେରଣା ଗୀତାଞ୍ଜଳି

ବନ୍ତ: ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ହୋଇ ମଧ୍ୟ ଚାକିରିର ମୋହ ଛାଡି ୬୦ରୁ ଅଧିକ ଗ୍ରାମୀଣ ମହିଳାଙ୍କୁ ରୋଜଗାରକ୍ଷମ କରାଇବା ସହ ଏକ ବିଦ୍ୟାଳୟର ଅବୈତନିକ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି। କାଦବରାଙ୍ଗ ପଞ୍ଚାୟତ ବାବା ଧବଳେଶ୍ବର ମହିଳା ମହାସଂଘର କାର୍ଯ୍ୟକାରିଣୀ ସଭ୍ୟା ଭାବେ କୁଟୀରଶିଳ୍ପ ମାଧ୍ୟମରେ ଶହ ଶହ ଗ୍ରାମୀଣ ମହିଳା ଓ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇଛନ୍ତି। କାଦବରାଙ୍ଗ ଗ୍ରାମର ପଦ୍ମଲୋଚନ ପଣ୍ତା ଓ ମା କମଳା ମିଶ୍ରଙ୍କ ବଡ଼ଝିଅ ଗୀତାଞ୍ଜଳି ଚାକିରିର ମୋହ ଛାଡ଼ି ପ୍ରଥମରୁ ଟେଲରିଂ ଇନଷ୍ଟିଚ୍ୟୁଟର ସମ୍ପାଦିକା ଭାବେ ଦାୟିତ୍ବ ନିର୍ବାହ କରିବା ସହ ୮ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୮୦ଜଣ ମହିଳାଙ୍କୁ ଚାନ୍ଦୁଆ, ଡ୍ରେସ୍‌, ପତାକା, ଫାଇଲ, ମାସ୍କ, ଟିଫିନ୍ ବ୍ୟାଗ୍, ଅଫିସ୍‌ ବ୍ୟାଗ୍ ନିର୍ମାଣ ସମ୍ପର୍କରେ ତାଲିମ ଦେଉଛନ୍ତି।

କମଳା ମିଶ୍ରଙ୍କ ପରାମର୍ଶକ୍ରମେ ଗୀତାଞ୍ଜଳି ଟେଲରିଂ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିଥିଲେ। ଉକ୍ତ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ସଭ୍ୟାମାନେ ମାସିକ ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଉକ୍ତ ଅନୁଷ୍ଠାନରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବା ନିମନ୍ତେ ବିଭିନ୍ନ ଅଞ୍ଚଳର ବଜାର ଉପରେ ନିର୍ଭର କରିଛନ୍ତି। ଗ୍ରାମା‌ଞ୍ଚଳର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟ ରଖି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗୀତାଞ୍ଜଳି। କୌଣସି ସରକାରୀ ପ୍ରୋତ୍ସାହନ ମିଳିଲେ ମହିଳାମାନେ ଅଧିକ ଦି ପଇସା ରୋଜଗାର କରିପାରନ୍ତେ ବୋଲି ତାଙ୍କର ବିଶ୍ବାସ। ନିୟମିତ ଭାବେ ମହିଳା ବିକାଶ ପାଇଁ ଉଦ୍ୟମ ଜାରି ରଖିଥିବା ଗୀତାଞ୍ଜଳି ଚଳିତ ବର୍ଷ ନିଜର ପ୍ରଚେଷ୍ଟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟସ୍ତରରେ ମଧ୍ୟ ପୁରସ୍କୃତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe