ନିଶା ଦେଇ ଲୁଟ୍‌, ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

Advertisment
ନିଶା ଦେଇ ଲୁଟ୍‌, ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

ଆନନ୍ଦପୁର: ଆନନ୍ଦପୁର ଥାନା ଅଞ୍ଚଳରେ ନିଶାଦେଇ ଦୁଇଜଣଙ୍କଠାରୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ‌ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ସୋସୋ ଥାନା ଅନ୍ତର୍ଗତ ସୋସୋ ଗ୍ରାମର ସେକ୍‌ ରଜାକ୍ କବାଡ଼ିଆ ବ୍ୟବସାୟ କରନ୍ତି। ଗତକାଲିଠାରୁ ସେ ଘରକୁ ଫେରିନଥିଲେ। ତାଙ୍କୁ ଜଣେ ବ୍ୟକ୍ତି ବହୁ ପରିମାଣର କବାଡ଼ି ସାମଗ୍ରୀ ବିକ୍ରି କରିବା ଉଦେଶ୍ୟରେ ବାଇକ୍‌ରେ ବସାଇ ‌ନେଇଯାଇଥିଲା।

ଆଜି ସକାଳେ ତାଙ୍କୁ ଆନନ୍ଦପୁର ଥାନା ‌ମୋଚିନ୍ଦା ନିକଟରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି। ନିଶା ଦେଇ ତାଙ୍କଠାରୁ ଲୁଟ୍‌ କରାଯାଇଥିବା ଜଣାପଡ଼ିଛି। ସେହିପରି ଗତକାଲି ଫକୀରପୁର ହାଟକୁ ଛେଳି କିଣିବାକୁ ଆସିଥିବା ମୁଗୁପୁର ଗ୍ରାମର ଯୁଧିଷ୍ଠିର ଜେନାଙ୍କଠାରୁ ମଧ୍ୟ ସମାନ ଢଙ୍ଗରେ ଟଙ୍କା ଲୁଟ୍ ‌ହୋଇଛି। ତାଙ୍କୁ ନିଶ‌ାଦେଇ ଲୁଟ୍ କରିବା ପରେ ଲୁଟେରାମାନେ ଘସିପୁରା ଥାନା କଇନିପୁରା ନିକଟରେ ଛାଡ଼ି ପଳାଇଥିଲେ। ପୁଲିସ ଉଭୟ ଘଟଣାର ଅନୁସନ୍ଧାନ କରୁଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ପାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe