ବିଧାୟକଙ୍କୁ ବାଚସ୍ପତି ସୁରକ୍ଷା ଦିଅନ୍ତୁ: ଜୟନାରାୟଣ

Advertisment
ଏସ୍‌ଏଚ୍‌ଜି ଦ୍ବାରା ଦୁର୍ନୀତି କରାଯାଉଛି: ଜୟନାରାୟଣ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଧାୟକମାନେ ପ୍ରଶାସନିକ ବ୍ୟବସ୍ଥାରେ ସାମ୍ନା କରୁଥିବା ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। ସେ କହିଲେ, ବୁକ୍ ସର୍କୁଲାର୍‌ କେହି ମାନୁନାହାନ୍ତି। ଗଣତନ୍ତ୍ରରେ ଜନପ୍ରତିନିଧି ଉତ୍ତରଦାୟୀ। କିନ୍ତୁ ଜନପ୍ରତିନିଧିଙ୍କର ଏମିତି ସ୍ଥିତି ହେଲେ ଗଣତନ୍ତ୍ର ରହିବ ତ? ଯଦି ଶାସକ ଦଳର ବିଧାୟକଙ୍କର ଏମିତି ସ୍ଥିତି, ତେବେ ବିରୋଧୀ ଦଳ ବିଧାୟକଙ୍କ ଅବସ୍ଥା ନ କହିବା ଭଲ। ଉଦ୍ଦେଶ୍ୟମୂଳକ ଭାବେ ବିଧାୟକଙ୍କୁ ହଇରାଣ କରାଯାଉଛି। ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନର ଜଣେ ବିଧାୟକଙ୍କ ପୁଅକୁ ଜାଣିଶୁଣି ଗିରଫ କରାଯାଇ ଜେଲରେ ରଖାଯାଇଛି। ବାଚସ୍ପତି ହେଲେ ସୁରକ୍ଷାକର୍ତ୍ତା। ଆପଣ ଆମକୁ ସୁରକ୍ଷା ଦେବେନି ତ କିଏ ଦେବ? ଆପଣ ଏସବୁ ପ୍ରସଙ୍ଗକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe