୫ ଦଫା ଦାବି ନେଇ ଗାଁସାଥୀଙ୍କ ବିକ୍ଷୋଭ

Advertisment

୨୭ରୁ ମହିଳା ସ୍ବାସ୍ଥ୍ୟକର୍ମୀ ସ˚ଘର ଆମରଣ ଅନଶନ

୨୭ରୁ ମହିଳା ସ୍ବାସ୍ଥ୍ୟକର୍ମୀ ସ˚ଘର ଆମରଣ ଅନଶନ

୫ ଦଫା ଦାବି ନେଇ ଗାଁସାଥୀଙ୍କ ବିକ୍ଷୋଭ

ଭୁବନେଶ୍ବର : ୫ ଦଫା ଦାବି ନେଇ ଗାଁସାଥୀ(ମେଟ୍‌) ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଗାଁସାଥୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ, ୨୦୦୮ରୁ ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ ଗାଁ ସାଥୀମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ପର୍ଯ୍ୟାପ୍ତ ସରକାରୀ କାର୍ଯ୍ୟ ଯୋଗାଇଦେବା, ମାସିକ ସର୍ବନିମ୍ନ ଦରମା ୬ହଜାରରୁ ଊର୍ଧ୍ବ ପ୍ରଦାନ, ମାସକୁ ସର୍ବନିମ୍ନ ୧୦ ଦିନ କାମ, କାମ ନ ପାଇଲେ କର୍ପସ ପାଣ୍ଠିରୁ କ୍ଷତିପୂରଣ, ଉଚିତ ପ୍ରାପ୍ୟ ସହିତ ଅନ୍ୟାନ୍ୟ ଗ୍ରାମୀଣବିକାଶ ଯୋଜନାରେ ସାମିଲ୍‌ କରିବା ଆଦି ୫ଦଫା ଦାବି ନେଇ ସଂଘ ଧାରଣାରେ ବସିଛି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରା ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦରକାର ପଡ଼ିଲେ ଗାଁ ସାଥୀ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଭାପତି ସୌଭାଗ୍ୟ ମିଶ୍ର ଓ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ ଚେତାବନୀ ଦେଇଛନ୍ତି।

୨୭ରୁ ମହିଳା ସ୍ବାସ୍ଥ୍ୟକର୍ମୀ ସ˚ଘର ଆମରଣ ଅନଶନ

ଭୁବନେଶ୍ବର : ମହିଳା ସଶକ୍ତୀକରଣ ନାଁରେ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମହିଳାଙ୍କ ବିକାଶ ନାଁରେ ସରକାର ଚାରିଆଡ଼େ କେବଳ ଡେଙ୍ଗୁରା ପିଟୁଛନ୍ତି। କାରଣ ମହିଳା ବିକାଶ ବା ସଶକ୍ତୀକରଣ ପାଇଁ ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଉଛନ୍ତି ତାହା କେବଳ ପ୍ରତିଶ୍ରୁତି ହୋଇ ରହିଯାଉଛି। ସେମାନଙ୍କ ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଆଜି ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ପାର୍ଥସାରଥୀ ଜେନା କହିଛନ୍ତି।

ସଂଘ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ଦୁଇବର୍ଷ ହେବ ତାଲିମପ୍ରାପ୍ତ ଏଏନ୍‌ଏମ୍‌ ମହିଳାମାନଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବା ପାଇଁ ସ˚ଘର୍ଷ କରି ଆସୁଛି। ବିଭିନ୍ନ ପ୍ରତିବାଦ ଯୋଗୁଁ ସରକାର ପ୍ରତ୍ୟେକ ଥର ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଅନ୍ତି ପରବର୍ତ୍ତୀ ସମୟରେ ଭୁଲି ଯାଆନ୍ତି। ଜୁଲାଇ ୫ ତାରିଖ ଦିନ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ଏନ୍‌ଏନ୍‌ଏମ୍‌ ଅନ୍ତର୍ଭୁକ୍ତ ୧୫ ହଜାର ପାରା ମେଡିକାଲ କର୍ମୀଙ୍କୁ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ। ଉକ୍ତ ଘୋଷଣା ପରେ ସ˚ଘ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଧା ଏ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଏହାକୁ ପ୍ରତିବାଦ କରି ସ˚ଘ ଆସନ୍ତା ୨୭ ତାରିଖରୁ ଆମରଣ ଅନଶରେ ବସିବ ବୋଲି ଚେତାବନୀ ଦିଆଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ˚ଯୁକ୍ତା ସାହୁ, ବିଷ୍ଣୁପ୍ରିୟା ଖଣ୍ତେଇ, ମମତା ସାହୁ, ସୋନାଲି ମହାନ୍ତି, କଲ୍ୟାଣୀ ପ୍ରଧାନ, ସୁପ୍ରିୟା ଦାସ, ସୁଜାଜା ମହାରଣା, ସାବିତ୍ରୀ ଲେଙ୍କା, ମମତା ଜେନା, ତପସ୍ବିନୀ ବେହେରା, ଦୀପ୍ତି ପଟ୍ଟନାୟକ ଓ ସମସ୍ତ ଜିଲ୍ଲାର ସଭାନେତ୍ରୀ, ସମ୍ପାଦିକା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe