୧୭ ପରେ ଚରମ ପଦକ୍ଷେପ: ଗାଁସାଥୀ ସଂଘ

Advertisment
୧୭ ପରେ ଚରମ ପଦକ୍ଷେପ: ଗାଁସାଥୀ ସଂଘ

ଭୁବନେଶ୍ୱର : ଫେବ୍ରୁଆରି ୧୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଚରମ ପଦକ୍ଷେପ ନେବଗାଁ ସାଥୀ ସଂଘ। ଚାଲିଥିବା ଧାରଣା ଅବ୍ୟାହତ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗାନ୍ଧୀ ମାର୍ଗସ୍ଥିତ ଧାରଣାସ୍ଥଳରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର କାର୍ଯ୍ୟକର୍ତାମାନେ ୧୭ତାରିଖ ପରବର୍ତ୍ତୀ ପରିଣାମ ପାଇଁ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ସତର୍କ କରାଇ ଦେଇଛନ୍ତି। ଏହାଛଡ଼ା ଧାରଣାସ୍ଥଳରେ ଅଧିକରୁ ଅଧିକ ଗାଁ ସାଥୀମାନେ ଉପସ୍ଥିତ ରହିବାକୁ ନିବେଦନ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ୪ ଦଫା ଦାବି ଯଥା ମାସିକ ପ୍ରୋତ୍ସାହନ ରାଶି, ସ୍ୱତନ୍ତ୍ର କର୍ପସ୍‍ ପାଣ୍ଠି, ସ୍ୱତନ୍ତ୍ର ପାଞ୍ଚ ବର୍ଷିଆ ପ୍ରୋତ୍ସାହନ ଏବଂ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ଦାବି କରି ୧୧ଦିନ ହେଲା ଲୋୟର୍‍ ପିଏମ୍‍ଜିଠାରେ ସଂଘ ପକ୍ଷରୁ ଅହୋରାତ୍ର ଧାରଣା ଦିଆଯାଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ସଂଘ ସଂପାଦକ ଲକ୍ଷ୍ମୀଧର ବିଶ୍ୱାଳ, ପ୍ରତାପ ମଲ୍ଲିକ, ବିଦ୍ୟାଧର ଭୋଇ, ବିଜୟ ନାଥ, ରମେଶ ମୁଠା, ଅଭୟ କୁମାର ଡାକୁଆ, ନିକୁଞ୍ଜ ମହାରଣା, ରବୀନ୍ଦ୍ର ଗୌଡ଼, ଚରଣ ନାହାକ, ଅଶୋକ ପଲାଇ, ନିର୍ମଳ ବାସନ୍ତୀ, ପବିତ୍ର ସୁନ୍ଦରାୟ, ଜଗବନ୍ଧୁ ସାହୁ, ବିରୁପାକ୍ଷ ମଲ୍ଲିକ, ପ୍ରମୋଦ ସାମଲ, ଉମାଶଙ୍କର ଦାସ, ସତ୍ୟ ଗୌଡ଼, ଭବାନୀ ନାୟକ, ସୁଶୀଲା ନାୟକ, ନିର୍ମଳା ଦିଗା, ବିଶ୍ୱାସୀ କାର୍ଗେ, ରୁକ୍ମଣୀ ଏକ୍କା, ମୀନା ମୁଠାରି, ଦାମ ପ୍ରଧାନ, ପ୍ରେମାନନ୍ଦ ସାମନ୍ତରାୟ, ବିଶ୍ୱମିତ୍ର କହଁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe