ଛେଳି ଗୁହାଳ ନିର୍ମାଣ ସବସିଡି ଟଙ୍କା ହଡ଼ପ ଉଦ୍ୟମ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

Advertisment
ଛେଳି ଗୁହାଳ ନିର୍ମାଣ ସବସିଡି ଟଙ୍କା ହଡ଼ପ ଉଦ୍ୟମ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

Twitter

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଛେଳି ଗୁହାଳ ନିର୍ମାଣ ସବସିଡି ଟଙ୍କା ଆତ୍ମସା‌ତ ଉଦ୍ୟମ କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭି‌ଯୋଗ ଅନୁସାରେ, ନୂଆପଡ଼ା ବ୍ଲକ୍‌ ଧରମବନ୍ଧା ଗାଁର ୭ଜଣ ଚାଷୀ ଛେଳି ଗୁହାଳ ନିର୍ମାଣ କରି ଛେଳି କ୍ରୟ କରିଥିଲେ। ହେଲେ ଆଜି ଯାଏ ସେମାନଙ୍କୁ ସବସିଡି ବାବଦ ୧୨ ହଜାର ୫ଶହ ଟଙ୍କା ମିଳି ନାହିଁ। ଏଥିପାଇଁ ସେମାନେ ସୋମବାର ଜିଲ୍ଲାପାଳଠାରେ ଅଭିଯୋଗ କରିଛନ୍ତି।

ଏହି ଯୋଜନାରେ ଚାଷୀ ୧୭ ହଜାର ୫୦ ଟଙ୍କାରେ ଛେଳି ଗୁହାଳ ନର୍ମାଣ କରିବା ପରେ ୧୦ଟି ଛେଳି ଓ ଗୋଟିଏ ବୋଦା କ୍ରୟ କରିବେ। ଏହାର ବୀମା ହେବା ପରେ ନୂଆପଡ଼ା ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳକୁ ତଦାରଖ କଲା ପରେ ଚାଷୀଙ୍କୁ ଦୁଇଟି କିସ୍ତିରେ ଟଙ୍କା ପ୍ରଦାନ କରିବେ। ହେଲେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ପ୍ରଥମ କିସ୍ତି ୫ ହଜାର ଟଙ୍କା ଚାଷୀଙ୍କୁ ବ୍ୟାଙ୍କ ଖାତରେ ଦିଆଯାଇଛି। ପୁଣି ଛେଳି ବୀମା ନାମରେ ଚାଷୀଙ୍କ ଠାରୁ ୪ ହଜାର ୮ଶହ ଟଙ୍କା ନେଇଗଲେ। ହେଲେ ଆଜିକୁ ୩ ବର୍ଷ ହେଲା ଚାଷୀଙ୍କୁ ଦ୍ବିତୀୟ କିସ୍ତି ମିଳି ନାହିଁ। ଏହି ସବସିଡି ଟଙ୍କା ବିଭାଗୀୟ ଅଧିକାରୀ ହଡ଼ପ କରିବା ଯୋଜନା କରୁଥିବା ଚାଷୀମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏହା ଉପରେ ନୂଆପଡ଼ା ପ୍ରାଣୀ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାରାଇଥିଲା। ହେଲେ ସେ ଫୋନ୍‌କୁ ସୁଇଚ୍‌ଅଫ୍ କରି ଦେଇଥିଲେ। ଜିଲ୍ଲାପାଳ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe