ଛେଳିଚରାଳିଙ୍କ ମୁଣ୍ଡ ମିଳୁନି: ହତ୍ୟା ପଛରେ ଗୁଣି ସନ୍ଦେହ!

Advertisment

କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ବଡ଼ିମୁଣ୍ଡା ପଞ୍ଚାୟତର ବରସାହି ନିକଟ ନଦୀପାଖରୁ ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣାରେ ପୁଲିସ ଛାନଭିନ୍‌ କରୁଛି। ପୁଲିସ ମୃତ ପବିତ୍ର ପ୍ରଧାନ(୫୦)ଙ୍କ ମୁଣ୍ଡବିହୀନ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ....

କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ବଡ଼ିମୁଣ୍ଡା ପଞ୍ଚାୟତର ବରସାହି ନିକଟ ନଦୀପାଖରୁ ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣାରେ ପୁଲିସ ଛାନଭିନ୍‌ କରୁଛି। ପୁଲିସ ମୃତ ପବିତ୍ର ପ୍ରଧାନ(୫୦)ଙ୍କ ମୁଣ୍ଡବିହୀନ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ....

black magic

ଟିକାବାଲି: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ବଡ଼ିମୁଣ୍ଡା ପଞ୍ଚାୟତର ବରସାହି ନିକଟ ନଦୀପାଖରୁ ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣାରେ ପୁଲିସ ଛାନଭିନ୍‌ କରୁଛି। ପୁଲିସ ମୃତ ପବିତ୍ର ପ୍ରଧାନ(୫୦)ଙ୍କ ମୁଣ୍ଡବିହୀନ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ‌ତେବେ ପବିତ୍ରଙ୍କ ମୁଣ୍ଡ ଏ ପର୍ଯ୍ୟନ୍ତ ପୁଲିସ ପାଇ ପାରିନାହିଁ। ଦୁର୍ବୃତ୍ତ ପବିତ୍ରଙ୍କୁ ଅମାନୁଷିକ ଭାବେ ହତ୍ୟା କରିବା ପରେ ମୁଣ୍ଡକୁ ସାଙ୍ଗରେ ନେଇ ପଳାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ କନ୍ଧମାଳ ଏସ୍‌ପି  ହରିଶ ବି.ସି,  ଘୁ.ଉଦୟଗିରି ଏସ୍‌ଡିପିଓ ବିଜୟ କୁମାର ବିଶି, ବୌଦ୍ଧ ଜିଲ୍ଲା ଆସିଷ୍ଟାଣ୍ଟ ସାଇଣ୍ଟିଫିକ୍‌ ଅଫିସର ପି.ପି ସେଠୀ ପହଞ୍ଚି ଛାନଭିନ୍‌ କରିଛନ୍ତି। ମୃତକଙ୍କ ଦୁଇ ପୁଅଙ୍କୁ ପୁଲିସ ଡକାଇ ପବିତ୍ରଙ୍କ ପୂର୍ବରୁ କାହା ସହ ଶତ୍ରୁତା ଥିଲା କି ନାହିଁ ପଚାରି ବୁଝିଛନ୍ତି। ଏନେଇ କେସ୍‌ ନଂ ୫୩/୨୫ରେ ମାମଲା ରୁଜୁ ହୋଇଥିବା ବେଳେ ଥାନା ଅଧିକାରୀ ପ୍ରଜ୍ଞା ରୀତାମ୍ବର କର ତଦନ୍ତ କରୁଛନ୍ତି। ତେବେ ଗୁଣିଗାରେଡ଼ି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଥିବା ବେଳେ ପୁଲିସ ଏନେଇ କିଛି ସ୍ପଷ୍ଟ କରିନାହିଁ। 

ସୂଚନା ମୁତାବକ, ଗତକାଲି ଗୋବର୍ଦ୍ଧନ ପ୍ରଧାନଙ୍କ ପୁଅ ପବିତ୍ର ପ୍ରତିଦିନ ପରି ଛେଳି ଚରାଇବାକୁ ଗ୍ରାମ ନିକଟସ୍ଥ ନଦୀପାଖରେ ଥିବା ନିଜ ବଗିଚାକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ପବିତ୍ରଙ୍କୁ ଫୋନ୍ କରିଥିଲେ। ପବିତ୍ର ଫୋନ୍ ରିସିଭ ନ କରିବାରୁ ସାନପୁଅ ରମନ୍ ପ୍ରଧାନ ବାପାଙ୍କୁ ଖୋଜିବାକୁ ଯାଇଥିଲେ। ହେଲେ ବଗିଚାରେ ବାପାଙ୍କ ମୁଣ୍ଡବିହୀନ ଶବ ଦେଖିଥିଲେ। ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଟିକାବାଲି ପୁଲିସକୁ ଖବର ଦେଇଥିଲେ। ରାତି ହୋଇଥିବାରୁ ପୁଲିସ ଶବକୁ ଜଗି ରହିଥିବା ବେଳେ ସକାଳେ ପବିତ୍ରଙ୍କ ଶବ ପାଖରେ ଥିବା ଛତା, କୁରାଢ଼ି ଓ ଏକ ଖଇନିପୁଡ଼ିଆ ଜବତ କରିଥିଲା। କିନ୍ତୁ ହତ୍ୟାରେ ବ୍ୟବହାର ହୋଇଥିବା ମାରଣାସ୍ତ୍ର ଏବଂ ମୁଣ୍ଡ ଘଟଣାସ୍ଥଳ ଓ ଆଖପାଖ କେଉଁଠୁ ବି ମିଳୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe