ରଖେ ହରି ତ ମାରେ କିଏ ?

Advertisment
ରଖେ ହରି ତ ମାରେ କିଏ ?

ବରଗଡ଼: କଥାରେ ଅଛି ରଖେ ହରି ମାରେକିଏ। ଭଗବାନ ଜୀବନ ରଖିବାକୁ ଥିଲେ କେହି ନେଇପାରିବେନି। କଳାପାଣି ଛକ ୫୩ନଂ. ଜାତୀୟ ରାଜପଥରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରୁ ଏହାର ଏକ ଝଲକ ଦେଖିବାକୁ ମିଳିଛି। କଳାପାଣି ଛକ ୫୩ ନମ୍ବର ଜାତୀୟ ରାଜପଥରେ ବୁଧବାର ସକାଳ ୧୦ଟା ବେଳେ ଗୋଟିଏ କଣ୍ଟେନର  ସମ୍ବଲପୁର ପଟରୁ ବରଗଡ଼ ପଟକୁ ଆସୁଥିଲା। କଣ୍ଟେନରକୁ ଓଭର୍‌ଟେକ୍‌ କରୁଥିବା ବେଳେ ଜଣେ ପଲ୍‌ସର୍‌ ବାଇକ୍‌ ଆରୋହୀ ପିଟି ହୋଇଥିଲେ। ଦୁର୍ଘଟଣାରେ ସେ ଗୁରୁତର ହୋଇପଡ଼ିଥିଲେ।

ଖବର ପାଇ ବରାହଗୁଡା ଗ୍ରାମାଞ୍ଚଳ ଥାନା ପୁଲିସ୍‌ ବାଇକ୍ ଆରୋହୀଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଥିଲା। ବାଇକ୍ ଆରୋହୀ ଜଣକ ସାଗର ମିଶ୍ର (୧୯) ଏବଂ ସେ ଅତାବିରା ସରଣ୍ଡା ଗ୍ରାମର ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe