ଆସୁଛନ୍ତି ମା’: ସବୁଠି ବ୍ୟାପକ ପ୍ରସ୍ତୁତି, ପଶ୍ଚିମବଙ୍ଗ କାରିଗରଙ୍କ ଡେରା

Advertisment
ଆସୁଛନ୍ତି ମା’: ସବୁଠି ବ୍ୟାପକ ପ୍ରସ୍ତୁତି, ପଶ୍ଚିମବଙ୍ଗ କାରିଗରଙ୍କ ଡେରା

ଭଞ୍ଜନଗର : ପାର୍ବଣରେ ଏବେ  ଧରାପୃଷ୍ଠକୁ ଆସିବେ ମା’ଦୁର୍ଗତିନାଶିନୀ ଦୁର୍ଗା। ଦଶହରା ପୂଜାକୁ  ଆଉ ମାତ୍ର କେଇଟା ଦିନ। ରହିଥିବା ବେଳେ   ଲୋକଙ୍କ ମନରେ  ଉତ୍ସାହ ଦେଖାଦେଉଛି। ବିଭିନ୍ନ ପୂଜାମଣ୍ଡପ ଗୁଡ଼ିକରେ ଏନେଇ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେଉଁଠି ଅଧ ମାଟିଆ ହୋଇଛି ତ, କେଉଁଠି ମାଟି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଦିନ ପାଖେଇ ଆସିଥିବାରୁ ମୂର୍ତ୍ତି କାର୍ଯ୍ୟ ଯଥା ସମୟରେ ସାରିବା ପାଇଁ ମୂର୍ତ୍ତିକାରିଗର  ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ଦଶହରା ପୂଜାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। କୋଭିଡ କଟକଣା ନଥିବାରୁ ବହୁ ଆଡମ୍ବରରେ ରୀତିନୀତି ଅନୁଯାୟୀ ଦେବୀ ଦୁର୍ଗାଙ୍କ ସମସ୍ତ ପୂଜା କାର୍ଯ୍ୟ ସମ୍ପନ୍ନ ହେବ।

ପ୍ରତିବର୍ଷ ବିଭିନ୍ନ ଦେବୀପୀଠରେ ନବରାତ୍ର ପୂଜା ଅନୁଷ୍ଠିତ ହେଉଥିବା ବ‌େଳେ ବିଜୟା ଦଶମୀର ଠିକ୍‌ ୫ ଦିନ ପୂର୍ବରୁ ବିଭିନ୍ନ ଅସ୍ଥାୟୀ ପୀଠରେ ମୃଣୟ ଦେବୀଙ୍କ ବିଲ୍ବଧିବାସ ପୂଜା ବା ଷଷ୍ଠୀ ଠାରୁ ଦୁର୍ଗାପୂଜା ଆରମ୍ଭ ହୋଇଥାଏ। ଭଞ୍ଜନଗର ସହରରେ ଥିବା ୪ଟି ପୂଜା କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ପେଣ୍ଡ‌ାଲ୍‌ ସଜ୍ଜା ଓ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ‌କରାଯାଉଛି। କିଏ ବିରାଟ ତୋରଣ ନିର୍ମାଣ କରିବାରେ ଲାଗିଛି ତ, କିଏ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି ଚଳାଇଛି। ପ୍ରାୟ ସ୍ଥାନୀୟ ଶିଳ୍ପୀ ମୂର୍ତ୍ତି ନିର୍ମାଣରୁ ମୁହଁ ଫେରାଇ ନେଇଥିବା ବେଳେ ପଶ୍ଚିମବଙ୍ଗ କାରିଗରମାନେ ଆସି ‌ଏଠାରେ ଡେରା ପକାଇଛନ୍ତି। ଏଠାରେ ରହି ଭଞ୍ଜନଗର ସମେତ ବାରୁଡା, କଣ୍ଟେଇପଲ୍ଲୀ, ଘୁ.ଉଦୟଗିରି, ଦାରିଙ୍ଗିବାଡି ଓ ବାଲିଗୁଡା ଆଦି ସ୍ଥାନ ପାଇଁ ମଧ୍ୟ ଦୁର୍ଗା ମୂର୍ତ୍ତି ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ମୂର୍ତ୍ତିରେ ନିର୍ମାଣରେ ଆବଶ୍ୟକତା ପଡୁଥିବା ନଡା, ମାଟି ଓ ରଙ୍ଗ ଆଦିର ଦରଦାମ ଅହେତୁକ ବୃଦ୍ଧି ପାଇଥିବା ବ‌େଳେ ସେହି ତୁଳନାରେ ପାରିଶ୍ରମିକ ମିଳୁନଥିବା କିଛି ସ୍ଥାନୀୟ ଶିଳ୍ପୀ ପ୍ରକାଶ କରିଛନ୍ତି।

publive-image

ଭଞ୍ଜନଗର ସହରର ଜଳସଂପଦ କାର୍ଯ୍ୟାଳୟ ପରିସରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ବିଡେକା' ପକ୍ଷରୁ କରାଯାଇଥିବା ଦୁର୍ଗାପୂଜା ଚଳିତ ବର୍ଷ ୫୪ ବର୍ଷରେ ପଦାର୍ପଣ କରିଛି।  ଏଠାରେ ସ୍ଥାନୀୟ ମୂର୍ତ୍ତି ଶିଳ୍ପୀ ଚଳିତବର୍ଷ ମୂର୍ତ୍ତି ର୍ନିମାଣ କରୁଥିବା ବିଡେକାର ସମ୍ପାଦକ ଇଂ.ସନ୍ତୋଷ କୁମାର ଗୌଡ ପ୍ରକାଶ କରିଛନ୍ତି। ସେହିପରି ଭଞ୍ଜ ସାହିତ୍ୟ ପରିଷଦରେ ନିରବଚ୍ଛିନ୍ନ ଭାବେ ଦୀର୍ଘ ୭୭ ବର୍ଷ ହେବ ପୂଜା ଆୟୋଜନ ହୋଇ ଆସୁଛି। ଚଳିତବର୍ଷ ବିରାଟ ମୃଣୟୀ ମୂର୍ତ୍ତି ନିର୍ମାଣ ଚାଲିଥିବା ବ‌େଳେ ସନ୍ଧ୍ୟା ଆଳତି ସମୟରେ ନିଆରା ଢଙ୍ଗରେ ବାଜାବାଜଣା କରିବା ନେଇ ଯୋଜନା ରହିଥିବା ଆୟୋଜକ କମିଟି ପ୍ରକାଶ କରିଛନ୍ତି। ସେହିଭଳି ଖାଲାସି ସାହିରେ ବିଶ୍ବଜନନୀ କଳା ପରି‌ଷଦ ପକ୍ଷରୁ ଚଳିତ ବର୍ଷ ୪୫ ତମ ପୂଜା ଆୟୋଜନ ହେଉଛି। ଏଠାରେ ମୂର୍ତ୍ତି କ‌ାର୍ଯ୍ୟ ଅଧା ହୋଇଥିବା ପୂଜା ପୂର୍ବରୁ କାର୍ଯ୍ୟ ସରିଯିବାକୁ ଆୟୋଜକ ଲକ୍ଷ୍ୟ ରଖିଛନ୍ତି। ଭଞ୍ଜନଗର ଓଏସ୍‌ଆର୍‌ଟିସି ପକ୍ଷରୁ ମଧ୍ୟ ଦୀର୍ଘ ୫୦ରୁ ଊର୍ଦ୍ଧ୍ବ ସମୟ ଧରି ପୂଜା‌ ହେଉଛି। ପୂଜାକୁ ଶାନ୍ତି ଶୃଙ୍ଖଳାର ପରିଚାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିବା ଜରୁରି ହୋଇପଡିଛି। ପାର୍ବଣ ସମୟରେ ଦୋକାନ ବଜାର ଭିଡ ହେଉଥିବାର ଏହାର ସୁଯୋଗ ନେଇ ଅନେକ ଅପରାଧିକ କାର୍ଯ୍ୟକଳାପ ବଢୁଥିବା ବେ‌ଳେ ପୁଲସ ପକ୍ଷରୁ କଡାକଡି ପାଟ୍ରୋଲିଂ କରିବା ଜରୁରି ହୋଇପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe