ଗହଣା ଦୋକାନରେ ଗୁଳି ଫୁଟାଇ ଟଙ୍କା, ସୁନା ଲୁଟିଲେ ଦୁର୍ବୃତ୍ତ

ଗହଣା ଦୋକାନରେ ଗୁଳି ଫୁଟାଇ ଟଙ୍କା, ସୁନା ଲୁଟିଲେ ଦୁର୍ବୃତ୍ତ

ଗୁଳି ଫୁଟାଇ ପୁରୀର ଏକ ଜୁଏଲାରିରୁ ଲୁଟ କଲେ ଦୁର୍ବୁତ୍ତ। ପୁରୀର ରେଡ଼କ୍ରସ୍‌ରୋଡ଼ ନିକଟରେ ଥିବା ୱାନ୍‌ ଗ୍ରାମ୍‌ ଗୋଲଡ ଏସ. ଆର ଜୁଏଲାରିରୁ ଟଙ୍କା ଏବଂ ବିଭିନ୍ନ ଅଳଙ୍କାର ଲୁଟ୍‌ ହୋଇଛି। କିଛି ଦୁର୍ବୁତ୍ତ ବନ୍ଧୁକ ଏବଂ ବିଭିନ୍ନ ମରଣାସ୍ତ୍ର ଧରି ଜୁଏଲାରିରୁ ଲୁଟ୍‌ କରିବା ଉଦ୍ୟମ କରିବା ସମୟରେ ଦୋକାନ ମାଲିକ ଏବଂ ତାଙ୍କ ପୁଅ ବିରୋଧ କରିଥିଲେ। ଦୁବୁର୍ତ୍ତମାନେ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଵା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଦୁର୍ବୁତ୍ତଙ୍କ ଆକ୍ରମଣରେ ଜୁଏଲାରି ମାଲିକ ଏବଂ ତାଙ୍କ ପୁଅ ଆହତ ହୋଇଛନ୍ତି।

ଗତକାଲି ରାତିରେ ଚାରିରୁ ଉର୍ଦ୍ଧ ଦୁର୍ବୁତ୍ତ ଏସ. ଆର ଜୁଏଲାରିରେ ଗୁଳି ଫୁଟାଇ ଅନେକ ଟଙ୍କା ସହ ବିଭିନ୍ନ ସୁନା ଓ ରୂପା ଅଳଙ୍କାର ଲୁଟ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ପୁଲିସ ପହଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳରେ ସିଟି ଡ଼ିଏସ୍ପି ଏବଂ ବିଭିନ୍ନ ଥାନାର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe