ଦୋକାନା ଓ ଘରେ କଳାକନା ବୁଲାଇଲେ: ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ଦୋକାନା ଓ ଘରେ କଳାକନା ବୁଲାଇଲେ: ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

Jagran

ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବିରୁହାଁ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୋକାନ ଓ ଘରୁ ଚୋରି ହୋଇଛି। ବଡ଼ବିରୁହାଁ ଗ୍ରାମର ନୀଳମାଧବ ପଣ୍ତା ଦୋକାନ ବନ୍ଦ କରି ରାତିରେ ଘରକୁ ଯାଇଥିଲେ। ରାତିରେ କେହି ଦୁର୍ବୃତ୍ତ ଦୋକାନ ସଟର ଭାଙ୍ଗି ପଶିବା ପରେ ନଗଦ ୪୦ ହଜାର ଟଙ୍କା ନେଇଯାଇଥିଲେ। ସେହିପରି ଗ୍ରାମର ଆଶୁତୋଷ ପଣ୍ତାଙ୍କ ଘର ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଭିତରେ ପଶିବା ପରେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରି ନେଇଛନ୍ତି। ଅଭିଯୋଗ କରିବା ପରେ ପୁଲିସ ସନ୍ଧାନୀ କୁକୁର ସହାୟତା ଉଭୟ ସ୍ଥାନରେ ପହଞ୍ଚି ତଦନ୍ତ କରିଛି। ଚୋର କିମ୍ବା ଚୋରି ସାମଗ୍ରୀର କୌଣସି ସନ୍ଧାନ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe