ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲେ ଲୁଟେରା

Advertisment
ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲେ ଲୁଟେରା

Patrika

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ଇମାମନଗର ଗାଁ କୁଆଁରିଆ ପୋଲ ନିକଟରେ ଏକ ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନାଚେନ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଚେନ୍ ଲୁଟିନେବା ପରେ ଦୁଇ ଲୁଟେରା ଏକ ପଲସରରେ ନାକପୋଲ ଅଭିମୁଖେ ଚମ୍ପଟ ମାରିଥିଲେ।

ପ୍ରକାଶ ଯେ, ଜେନାପୁର ଥାନା ବାଲିସାହିପାଟିଆ ଗ୍ରାମର ଦିଲୀପ ସାହୁ ପତ୍ନୀ ଦେବସ୍ମିତାଙ୍କୁ ନିଜ ବାଇକ୍ ପଛରେ ବସାଇ ଗତକାଲି ଅପରାହ୍ଣରେ ଜାରକା ଅଭିମୁଖେ ଯାଉଥିଲେ। ଦୁଇଜଣ ଦୁର୍ବୃତ୍ତ କୁଆଁରିଆ ପୋଲ ନିକଟ ରାସ୍ତାରେ ଦେବସ୍ମିତା ପିନ୍ଧିଥିବା ୧୨ ଗ୍ରାମ୍ ଓଜନର ସୁନାଚେନ୍‌କୁ ହଠାତ୍ ଝାମ୍ପିନେଇ ଫେରାର ହୋଇ ଯାଇଥିଲେ। ଏନେଇ ଦିଲୀପ ଗୁରୁବାର ଦିନ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲେ ହେଁ, ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ୍ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe