ଚଳନ୍ତା ସ୍କୁଟିରୁ ଝାମ୍ପିନେଲେ ସୁନା ଚେନ୍

ସାଢ଼େ ୩ ଭରି ଓଜନ ଚେନ୍‌ର ଦାମ୍‌ ଅଢ଼େଇ ଲକ୍ଷ

ଦୋକାନା ଓ ଘରେ କଳାକନା ବୁଲାଇଲେ: ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

Jagran

ବିନିକା : ଚଳନ୍ତା ସ୍କୁଟିରୁ ଜଣେ ବୃଦ୍ଧାଙ୍କ ବେକରୁ ୬ ଦୁର୍ବୃତ୍ତ ଝାମ୍ପିନେଲେ ସାଢ଼େ ୩ ଭରି ଓଜନର ସୁନା ଚେନ୍। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨.୫ ଲକ୍ଷ ଟଙ୍କା। ଫଳରେ ସମ୍ପୃକ୍ତ ବୃଦ୍ଧାଜଣକ ଆହତ ମଧ୍ୟ ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପିଏଚଡି ଅଫିସ ନିକଟରେ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଧମା ଥାନା ସାହସପୁର ଗାଁ’ର ତ୍ରିଲୋଚନ ପଣ୍ଡା ପତ୍ନୀ ରେଣୁ ପଣ୍ଡାଙ୍କୁ ଏକ ସ୍କୁଟିରେ ବସାଇ ବିନିକା ସହର ଡଭଲାରୁ ଏକ ଭୋଜିରେ ଯୋଗଦେଇ ଚରଦା ପଞ୍ଚାୟତ ଫୁଲମୁଠିକୁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଦୁଇଟି ବାଇକରେ ତାଙ୍କୁ ପିଛା କରୁଥିବା ୬ ଜଣ ଦୁର୍ବୃତ୍ତ ପିଏଚଡି ଅଫିସ ଆଗରେ ରେଣୁ ପିନ୍ଧିଥିବା ଶାଢ଼ିକୁ ହାତରେ ଆଡ଼େଇ ସେ ପିନ୍ଧିଥିବା ଦୁଇଟିଯାକ ସୁନା ଚେନକୁ ଝାମ୍ପି ଫେରାର ହୋଇ ଯାଇଥିଲେ। ଏ ସମ୍ପର୍କରେ ଗୁରୁବାର ରେଣୁ ପଣ୍ଡା ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ବିନିକା ପୁଲିସ ନିକଟସ୍ଥ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଥିବା ଥାନାଧିକାରୀ ପବିତ୍ର ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe