ସୁନାଚେନ୍ ଝାମ୍ପିନେଲା ଦୁର୍ବୃତ୍ତ

ସ୍ମାର୍ଟ ସିଟିରେ ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା: ଟ୍ରେନ୍‌ରେ ଆସି ଲୁଟୁଛନ୍ତି, ପୁଣି ଟ୍ରେନ୍‌ରେ ଫେରାର୍‌

Times of India

ଧର୍ମଶାଳା : ଧର୍ମଶାଳା ବ୍ଲକ ଗଡମଧୁପୁର ପଞ୍ଚାୟତ ପନ୍ତୁରି ଗାଁ ରାସ୍ତାରୁ ଶୁକ୍ରବାର ଅପରାହ୍‌ଣରେ ଜଣେ ଦୁର୍ବୃତ୍ତ ପୂର୍ବତନ ସରପଞ୍ଚ ପଦ୍ମାବତୀ ସିଂ ସାମନ୍ତଙ୍କ ଚେନ୍‌କୁ ଝାମ୍ପି ନେଇଛି। ମଧୁପୁରଗଡ଼ ଗ୍ରାମର ଯତିପ୍ରକାଶ ଜେନାମଣିଙ୍କ ଝିଅ ଶ୍ରଦ୍ଧା ମା' ପଦ୍ମାବତୀଙ୍କ ସହ ସ୍କୁଟିରେ ବସାଇ ଜାରକାରୁ ଚଢ଼େଇଧରା ନିକଟ ବାପାଙ୍କ ଢାବାକୁ ଯାଉଥିଲେ। ଏହି ସମୟରେ ହେଲମେଟ୍ ପିନ୍ଧିଥିବା ଜଣେ ଯୁବକ ଏକ ନମ୍ବରବିହୀନ ଏଫଜେଡ୍‌ ବାଇକରେ ଆସି ପଦ୍ମାବତୀ ପିନ୍ଧିଥିବା ୧୧ଗ୍ରାମ୍ ଓଜନର ସୁନା ଚେନକୁ ହଠାତ୍ ଭିଡ଼ି ନେଇଥିଲା। ପରେ ଲୁଟେରା ୫୩ ନମ୍ବର ରାଜପଥ ଦେଇ ଫେରାର୍ ହୋଇଯାଇଥିଲା। ଏନେଇ ଜେନାପୁର ଥାନା ପୁଲିସ୍‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଲୁଟେରା ସଂପର୍କରେ କୌଣସି ସୁରାକ୍ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe