ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଦୁଇ ବାଇକ ଲୁଟେରା

ସ୍ମାର୍ଟ ସିଟିରେ ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା: ଟ୍ରେନ୍‌ରେ ଆସି ଲୁଟୁଛନ୍ତି, ପୁଣି ଟ୍ରେନ୍‌ରେ ଫେରାର୍‌

Times of India

ଇବ୍‌ଥର୍ମାଲ: ଝାରସୁଗୁଡ଼ା ଜିଲ୍ଳା ବନହରପାଲି ଥାନା ବନ୍ଧବାହାଲ ଅଞ୍ଚଳରେ ପୁଣି ଏକ ଛିନ୍‌ତାଇ ଘଟଣା ସାମ୍‌ନାକୁ ଆସିଛି। ଶନିବାର ଅପରାହ୍‌ଣରେ ବନ୍ଧବାହାଲ କଲୋନି ଅଞ୍ଚଳରେ ଦୁଇଜଣ ଲୁଟେରା ବାଇକ୍‌ରେ ଆସି ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିବା ଜଣା ପଡ଼ିଛି।

ସୂଚନା ଅନୁସାରେ ବନ୍ଧବାହାଲ କଲୋନି କ୍ବାର୍ଟର୍ସ ନମ୍ବର ଆଇବିଏ -୨୫୭ରେ ରହୁଥିବା ଜୟନ୍ତୀ ବେହେରା (୪୦) ପ୍ରତ୍ୟକ ଦିନ ପରି ବନ୍ଧବାହାଲ ଗୌଡ଼ପଡ଼ାରେ ରହୁଥିବା ତାଙ୍କ ସାନଭାଇ ସଂଜୟ ବେହେରାଙ୍କ ଘରକୁ ଯାଉଥିଲେ। ବନ୍ଧବାହାଲ ହାଇସ୍କୁଲ ପଛପଟ ରାସ୍ତାରେ ପ୍ରାୟ ଦୁଇଜଣ ବାଇକ ଆରୋହୀ ତାଙ୍କୁ କୌଣସି ବ୍ୟକ୍ତିଙ୍କ ଠିକଣା ପଚାରିବାରୁ ଜୟନ୍ତୀ ଅଟକି ଯାଇଥିଲେ ହେଲେ ଠିକଣା ଜାଣି ନଥିବା କହିଥିଲେ। ପରେ ହଠାତ୍ ବାଇକ୍ ଆରୋହୀ ଦ୍ବୟ ତାଙ୍କ ପାଖକୁ ଆସି ସେ ପିନ୍ଧିଥିବା ପ୍ରାୟ ଅଢେଇ ଭରିର ସୁନା ଚେନ୍‌ ଝାମ୍ପି ଫେରାର୍‌ ମାରିଥିଲେ। ଜୟନ୍ତୀ ପାଟି କରିଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା।

ଘଟଣାଟି ପ୍ରାୟ ୨ଟା ବେଳେ ଘଟିଥିବା ବେଳେ ଜୟନ୍ତୀ ବନ୍ଧବାହାଲ ଫାଣ୍ଡି ଯାଇ ଏ ସଂକ୍ରାନ୍ତରେ ଜଣାଇଥିଲେ। ଖବରପାଇ ବନହରପାଲି ଆଇଆଇସି ପ୍ରଶାନ୍ତ ମେହେର, ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏବେ ବି ପୁଲିସ ଏ ସଂକ୍ରାନ୍ତରେ ତନାଘନା ଚଳେଇଥିଲେ ମଧ୍ୟ ଲୁଟେରାଙ୍କ କୌଣସି ସନ୍ଧାନ ପାଇ ନଥିବା ଜଣାପଡ଼ିଛି। ପୂର୍ବରୁ ବନ୍ଧବାହାଲ ଅଞ୍ଚଳରେ ଏକାଧିକ ଛିନ୍‌ତାଇ ଘଟଣା ଘଟିଥିବାର ଉଦାହରଣ ରହିଛି। କିଛିଦିନର ବ୍ୟବଧାନରେ ଏଭଳି ଘଟଣାମାନ ଘଟି ଚାଲିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe