ବରୀ: କିଛିଦିନର ନିରବତା ପରେ ପୁଣିଥରେ ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ ଛିନ୍ତାଇ ହୋଇଛି। ବୁଧବାର ମଧ୍ୟାହ୍ନରେ ବରୀ ବଜାରଠାରୁ ମାତ୍ର କିଛି ଦୂରରେ ବାଗଦା ଗ୍ରାମ ନିକଟ ବ୍ଲକ ସଦର ମହକୁମା ରାସ୍ତାରେ ମା’କୁ ବସାଇ ଜୈନେକ ଝିଅ ସ୍କୁଟି ଚଳାଇ ଯାଉଥିଲେ। ଏହି ସମୟରେ ଏକ ବାଇକ୍ରେ ଦୁଇଜଣ ପଛପଟୁ ଯାଇ ଝିଅ ବେକରୁ ସୁନା ଚେନ ଝିଙ୍କିନେଇ ଫେରାର ହୋଇଯାଇଥିଲେ। ଖବର ପାଇ ବରୀ ପୁଲିସ ତନାଘନା ଆରମ୍ଭ କରିଛି। ଦୁଇ ଦୁର୍ବୃତ୍ତ ବରୀ ବଜାର ଦେଇ ପାର ହୋଇଯାଇଥିବା ଜଣାପଡ଼ିଛି। ବଜାରରେ ଥିବା ବିଭିନ୍ନ ଦୋକାନର ସିସି କ୍ୟାମେରାକୁ ପୁଲିସ ଯାଞ୍ଚ କରିଛି। ନିର୍ଦ୍ଧାରିତ ସମୟରେ ବଜାର ଦେଇ ଯାଇଥିବା ୟାମାହା ବାଇକକୁ ସିସିଟିଭି ପୁଟେଜ୍ରେ ଦେଖି ସଂପୃକ୍ତ ଝିଅ ଚିହ୍ନଟ କରିଥିବା ଜଣାପଡ଼ିଛି। ଲୁଟେରାଙ୍କ ପାଖରେ ପୁଲିସ ପହଞ୍ଚି ପାରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଛି।
ବରୀରେ ପୁଣି ଛିନ୍ତାଇ: ଯୁବତୀଙ୍କ ବେକରୁ ଝିଙ୍କିନେଲେ ସୁନାଚେନ୍
Advertisment
Follow Us