ମହିଳା ଅଧିକାରୀଙ୍କ ବେକରୁ ସୁନା ଚେନ ଲୁଟ୍‌

ମହିଳାଙ୍କଠାରୁ ଝାମ୍ପିନେଲେ ସୁନାହାର

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ଜଣେ ମହିଳା ଅଧିକାରୀଙ୍କ ବେକରୁ ଗତ ଶୁକ୍ରବାର ସୁନା‌ ଚେନ ଲୁଟ୍‌ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଭିଯୋଗରୁ ଜଣାପଡ଼ିଛି ଯେ ସୋନପୁର ନିବାସୀ ତଥା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ତଥା ସୁରକ୍ଷା ଅଧିକାରୀ ଅନିତା ଗୁରୁ ତାଙ୍କ ପ୍ରାଧ୍ୟାପକ ସ୍ବାମୀ ସନ୍ତୋଷ ମହାପାତ୍ରଙ୍କ ସହ ଶୁକ୍ରବାର ଦିନ ଏକ ସ୍କୁଟିରେ ନିଜ କାର୍ଯ୍ୟାଳୟରୁ ସୋନପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାସ୍ତା ଦେଇ ଫେରୁଥିଲେ। ଡିଜାଇନ ଡିସପ୍ଲେ କେନ୍ଦ୍ର ନିକଟରେ ଦୁଇ ଜଣ ଅଜଣା ବ୍ୟକ୍ତି ଏକ ସ୍କୁଟିରେ ଆସି ସେମାନଙ୍କୁ ଓଭରଟେକ କରିଥିଲେ। ସ୍କୁଟିର ପଛରେ ବସିଥିବା ଛୋଟ ବୟସର ଜଣେ ବାଳକ ମହିଳା ଅଧିକାରୀ ଶ୍ରମତୀ ଗୁରୁଙ୍କ ବେକରୁ ସୁନା ଚେନ ଲୁଟି ନେଇଥି‌ଲା। ଏହି ସମୟରେ ଶ୍ରୀମତୀ ଗୁରୁ ସୁନା ଚେନକୁ ଧରି ଦେବାରୁ ଅଧା ଚେନ ଦୁର୍ବୃତ୍ତମାନେ ଲୁଟି ନେଇ କଚେରି ଛକ ପଟକୁ ଚାଲି ଯାଇଥିଲେ। ଏ ସମ୍ପର୍କରେ ମହିଳା ଅଧିକାରୀ ଶ୍ରୀମତୀ ଗୁରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଦିନ ଦ୍ବିପ୍ରହରରେ ଜଣେ ମହିଳା ଅଧିକାରୀଙ୍କଠାରୁ ସୁନା ଚେନ ଲୁଟ ହେବା ଘଟଣା ଆଇନଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe