ପୁଣି କଳାପଲ୍‌ସର୍‌ ଆତଙ୍କ: ବାପ-ଝିଅଙ୍କଠାରୁ ସୁନାଚେନ ଲୁଟ୍‌

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ସୋନପୁର: ବୁଧବାର ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ସୋନପୁର ‌ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ରାସ୍ତାରେ ବାପ-ଝିଅଙ୍କଠାରୁ କଳାପଲସରରେ ୨ ଜଣ ଦୁର୍ବୃତ୍ତ ଆସି ୨ଟି ସୁନାଚେନ୍‌ ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପଲଶାଗୋରାର ଟଙ୍କଧର ପଧାନ ଓ ତାଙ୍କ ଝିଅ ମଧୁଲିକା ଗତ ମଙ୍ଗଳବାର ସୋନପୁର ଷ୍ଟେଟବ୍ୟାଙ୍କ ରାସ୍ତାରେ ଥିବା ବଗଳା ଜ୍ବେଲର୍ସରୁ ସୁନା ବଦଳ କରି ୨ଟି ସୁନାଚେନ୍‌ କିଣିଥିଲେ।

ବୁଧବାର ଏହି ୨ଟି ସୁନାଚେନ୍‌ ବଦଳ କରି ଅନ୍ୟ ୨ଟି ସୁନାଚେନ୍‌ ଧରି ଉଭୟେ ଚାଲି ଚାଲି ଯାଉଥିଲେ। ମହରାଜା ହାଇସ୍କୁଲ ନିକଟରେ ୨ ଜଣ ଦୁର୍ବୃତ୍ତ ଏକ କଳାପଲସରରେ ଆସି ଉଭୟ ବାପ-ଝିଅଙ୍କଠାରୁ ସୁନାଚେନ୍‌ ୨ଟି ଲୁଟ୍‌କରି ଫେରାର ହୋଇଯାଇଥିଲେ। ୨ଟି ସୁନାଚେନ୍‌ର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ଏ ସମ୍ପର୍କରେ ମଧୁଲିକାଙ୍କ ଅଭିଯୋଗକୁ ଭିତ୍ତିକରି ସୋନପୁର ଥାନାରେ ଏକ ମାମଲା ରୁଜୁ କରି ଏହି ରାସ୍ତାରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚାଲିଥିବା ଆଇଆଇସି ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି। ତେବେ ଦୁଇ ମାସ ପରେ ପୁଣି ସୋନପୁର ସହରରେ କଳାପଲସର ଆତଙ୍କ ଦେଖାଦେଇଥିବାରୁ ଜନସାଧାରଣଙ୍କର ଧନଜୀବନ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe