କଟୁରୀ ଦେଖାଇ ଲୁଟିନେଲେ ସୁନାଚେନ୍: ସିସିଟିଭିରେ ଲୁଟେରାଙ୍କ କାରନାମା କଏଦ୍

ଜଗତସିଂହପୁର ଜିଲ୍ଲା ରାହାମାରେ ଲୁଟେରା ସକ୍ରିୟ ହୋଇଛନ୍ତି। ରାହାମା ବଜାରରେ କଟୁରି ଦେଖାଇ ଗହଣା ଦୋକାନ ଆଗରୁ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ହୋଇଛି। ମୁଣ୍ଡରେ ହେଲମେଟ ଓ ହାତରେ କଟୁରୀ ଧରି ଆସିଥିଲେ ଲୁଟେରା...

Gold chain looted with a knife point: CCTV captures looters' actions

Gold chain looted with a knife point: CCTV captures looters' actions Photograph: (sambad.in)

ରାହାମା: ଜଗତସିଂହପୁର ଜିଲ୍ଲା ରାହାମାରେ  ଲୁଟେରା ସକ୍ରିୟ ହୋଇଛନ୍ତି। ରାହାମା ବଜାରରେ କଟୁରି ଦେଖାଇ ଗହଣା ଦୋକାନ ଆଗରୁ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ହୋଇଛି।

ମୁଣ୍ଡରେ ହେଲମେଟ ଓ ହାତରେ କଟୁରୀ ଧରି ଆସିଥିଲେ ଲଟେରା। ଆଖି ପିଛୁଳାକେ ବେକରୁ ସୁନାଚେନ୍ ଟାଣିନେଇଥିଲେ। 

ଅଧିକ ପଢ଼ନ୍ତୁ: ଏଫ୍ଏମ୍ କଲେଜ ପୀଡିତା ଭୁବନେଶ୍ୱର ଏମ୍ସର ଭେଣ୍ଟିଲେଟର ସପୋର୍ଟରେ

ସ୍ଥାନୀୟ ଲୋକମାନେ ଗୋଡାଇଲାବେଳକୁ କଳା ରଙ୍ଗ ପଲସର ବାଇକ ଧରି ଲୁଟେରା ଦୁଇ ଜଣ ଛୁ ମାରିଥିଲେ।  ଗତକାଲି ରାତି ସାଢେ ୧୦ଟା ବେଳେ ଏହି ଘଟଣା ଘଟିଛି । ସିସିଟିଭିରେ ଲୁଚେରାଙ୍କ କାରନାମା କଏଦ୍ ହୋଇଛି।

 
ତିର୍ତ୍ତୋଲ ଥାନା ଅଧିକାରୀ ତଦନ୍ତ ଚଳାଇଛନ୍ତି। ରାହାମା ଅଞ୍ଚଳରେ ଡକାୟତି ବଢ଼ି ଚାଲିଥିବାରୁ ସାଧାରଣ ଲୋକେ ଭୟଭୀତ ହୋଇ ପଡିଛନ୍ତି। 

ଅଧିକ ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି

Jagatsinghpur | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe