ମହିଳାଙ୍କ ବେକରୁ ସୁନା ଚେନ୍‌ ଓ ମଙ୍ଗଳସୂତ୍ର ଝାମ୍ପିନେଲେ

Advertisment
ନୀଳାଦ୍ରିବିହାରରେ ଲୁଟେରାଙ୍କ ଆତଙ୍କରାଜ୍‌: ୧୫ ମିନିଟ୍‌ରେ ୨ ଲୁଟ୍‌, ୩ ଜଣଙ୍କୁ ଭୁଜାଲି ଚୋଟ

Photo by : wp.com

ଦେବଗଡ଼ : ମହିଳାଙ୍କ ବେକରୁ ଚେନ୍‌ ଓ ମଙ୍ଗଳସୂତ୍ର ଝାମ୍ପି ନେଇ ୨ ଦୁର୍ବୃତ୍ତ ବାଇକ୍‌ରେ ଫେରାର ହୋଇଯାଇଥିବା ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ବାରକୋଟ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବାରକୋଟର ଗଙ୍ଗାନାଳୀ ଗ୍ରାମରେ ରହୁଥିବା ଅଜିତ ସାହୁ ଓ ତାଙ୍କ ପତ୍ନୀ ଡଲିରାଣୀ ଏକ ଭଡ଼ା ଘରେ ରହୁଥିଲେ। ଗୁରୁବାର ତାଙ୍କ ଅନୁପସ୍ଥିତିରେ ସନ୍ଧ୍ୟାରେ ୨ ଦୁର୍ବୃତ୍ତ କବାଟ ବାଡେଇବାରୁ ଡଲିରାଣୀ କବାଟ ଖୋଲିଥିଲେ। ଏହି ସମୟରେ ଦୁର୍ବୃତ୍ତ ଦ୍ବୟ ତାଙ୍କୁ କୌଣସି ଠିକଣା ପଚାରିଥିଲେ। ଡଲିରାଣୀ ଉକ୍ତ ବ୍ୟକ୍ତିଙ୍କୁ ଜାଣି ନଥିବା ପ୍ରକାଶ କରିଥିଲେ। ଏହାପରେ ଦୁର୍ବୃତ୍ତ ଦ୍ବୟ ସେ ପିନ୍ଧିଥିବା ସୁନାଚେନ୍‌ ଏବଂ ମଙ୍ଗଳସୂତ୍ର ଝାମ୍ପି ନେଇ ବାଇକ୍‌ରେ ଫେରାର ହୋଇଯାଇଥିଲେ। ଏ ସଂପର୍କରେ ଅଜିତ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଜିତ ଆଇଆରବିରେ ଯବାନ ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe