ହରିଶଙ୍କର ନିକଟସ୍ଥ ଗାଁ ବୋରୱେଲରୁ ମିଳିଲା ସୁନା ଗୁଣ୍ଡ!

Advertisment

ସୂଚନା ପାଇଁ ପହଞ୍ଚିଲା ପ୍ରଶାସନ ଓ ପୁଲିସ ପହଞ୍ଚି, ପରୀକ୍ଷା ପାଇଁ ଗଲା ପରୀକ୍ଷାଗାର

ସୂଚନା ପାଇଁ ପହଞ୍ଚିଲା ପ୍ରଶାସନ ଓ ପୁଲିସ ପହଞ୍ଚି, ପରୀକ୍ଷା ପାଇଁ ଗଲା ପରୀକ୍ଷାଗାର

ବୋରୱେଲରୁ ମିଳୁଛି ସୁନା ଭଳି ଗୁଣ୍ଡ: ଘଟଣାସ୍ଥଳରେ ପହଞ୍ଚି ତଦାରଖ କଲେ ଭୂତତ୍ତ୍ବବିଶେଷଜ୍ଞ

ପାଟଣାଗଡ଼: ପ୍ରସିଦ୍ଧ ହରିଶଙ୍କର ନିକଟସ୍ଥ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଛଞ୍ଚାନବାହାଲି ଠାରେ ବୋରୱେଲ ଖୋଳାଯାଇଥିବା ବେଳେ ସେଠାରୁ ସୁନା ସଦୃଶ ଗୁଣ୍ଡ ବାହାରିଛି। ଏହାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ତଦନ୍ତ କରି ସମ୍ପୃକ୍ତ ହଳଦିଆ ଗୁଣ୍ଡକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇ ଦିଆ ଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ହରିଶଙ୍କର ନିକଟସ୍ଥ ଗ୍ରାମ ତଥା ନାନ୍ଦୁପଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛଞ୍ଚନବାହାଲି ଗ୍ରାମରେ ରହୁଥିବା ମହମ୍ମଦ ଜାଭେଦ ଦେୱର ନିଜ ଜମିରେ ଗତ ମାସେ ତଳେ ଏକ ନଳକୂପ ଖନନ କରିଥିଲେ। ଗତ ୧୮ ତାରିଖରେ ସେ ପ୍ରଥମ କରି ମୋଟର ପମ୍ପ ଲଗାଇଥିଲେ। ପରେ ୨୧ ତାରିଖରେ ପମ୍ପ ଲଗାଇ ପାଣି ବାହାର କରିଥିଲେ। ସେହି ସମୟରେ ପ୍ରଥମେ ସଫା ପାଣି ବାହାରିଥିବା ବେଳେ ପରେ କିନ୍ତୁ ମଇଲା ତଥା ହଳଦିଆ ପାଣି ବାହାରିଥିଲାା ସମ୍ପୃକ୍ତ ପାଣିକୁ ପିଇବା ପାଇଁ ମହମ୍ମଦ ଛାଣିବାରୁ ସେଠାରୁ ହଳଦିଆ ରଙ୍ଗର ଧାତୁ ବାହାରିଥିଲା, ଯାହା ତାଙ୍କ ଚକିତ କରିଥିଲାା

publive-image

ତେବେ ଏ ସମ୍ପର୍କରେ ଗାଁ ଲୋକେ ଜାଣିବା ପରେ ମହମ୍ମଦ ଖପ୍ରାଖୋଲ ତହସିଲଦାରଙ୍କୁ ଅବଗତ କରାଇଥିଲେ। ପରେ ଏହାକୁ ଗୁରୁତର ଭାବେ ନେଇ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ମିଶ୍ର ଓ ଥାନାଧିକାରୀ ରମାକାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ତଦନ୍ତ କରି ‌କିଛି ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଥିବା ଜଣାପଡିଛି। ହଳଦିଆ ଗୁଣ୍ଡ ବା ଧାତୁକୁ ଦେଖିଲେ ସୁନା ଭଳି ଦେଖା ଯାଉଥିବାରୁ ଏହା ସୁନା ହୋଇପାରେ ବୋଲି ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।  ପ୍ରଶାସନ ମଧ୍ୟ ଏହାକୁ ଗୁରୁତର ଭାବେ ନେଇ ନମୁନା ପଠାଇଥିବା ସହ ଏହା ଉପରେ ଉପରେ ନଜର ରଖିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe