ମାଟି ତଳୁ ମିଳିଲା ସୁନା ଅଳଙ୍କାର, ମୂର୍ତ୍ତି!

Advertisment

ଘର ଭିତର ମାଟି ଖୋଳିବାରୁ ଅନେକ ଧାତବ ଦ୍ରବ୍ୟ ମିଳିଛି। ଯେଉଁ ପଣ୍ଡିତଙ୍କ ନିର୍ଦ୍ଦେଶରେ ମାଟି ଖୋଳାଯାଇଥିଲା, ସେ ଧାତବ ଦ୍ରବ୍ୟ ଭିତରେ ସୁନା ଅଳଙ୍କାର ଓ ସୁନା ମୂର୍ତ୍ତି ଥିବା ପ୍ରକାଶ କରିଛନ୍ତି।

ଘର ଭିତର ମାଟି ଖୋଳିବାରୁ ଅନେକ ଧାତବ ଦ୍ରବ୍ୟ ମିଳିଛି। ଯେଉଁ ପଣ୍ଡିତଙ୍କ ନିର୍ଦ୍ଦେଶରେ ମାଟି ଖୋଳାଯାଇଥିଲା, ସେ ଧାତବ ଦ୍ରବ୍ୟ ଭିତରେ ସୁନା ଅଳଙ୍କାର ଓ ସୁନା ମୂର୍ତ୍ତି ଥିବା ପ୍ରକାଶ କରିଛନ୍ତି।

fhkfhhhkhfhk

ଚାନ୍ଦବାଲି/ଆରଡ଼ି: ଘର ଭିତର ମାଟି ଖୋଳିବାରୁ ଅନେକ ଧାତବ ଦ୍ରବ୍ୟ ମିଳିଛି। ଯେଉଁ ପଣ୍ଡିତଙ୍କ ନିର୍ଦ୍ଦେଶରେ ମାଟି ଖୋଳାଯାଇଥିଲା, ସେ ଧାତବ ଦ୍ରବ୍ୟ ଭିତରେ ସୁନା ଅଳଙ୍କାର ଓ ସୁନା ମୂର୍ତ୍ତି ଥିବା ପ୍ରକାଶ କରିଛନ୍ତି। ହେଲେ ଘର ମାଲିକ କଥାକୁ ଖଣ୍ଡନ କରି ଧାତବ ଦ୍ରବ୍ୟଗୁଡ଼ିକ କେବଳ ପିତ୍ତଳ ମୂର୍ତ୍ତି ବୋଲି କହିଛନ୍ତି। ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟରେ।

ସୂଚନା ଅନୁସାରେ; ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିରର ସେବାୟତ ରବିନାରାୟଣ ମିଶ୍ରଙ୍କ ଘରେ ନାନା ଅସାଧାରଣ ଘଟଣା ଘଟୁଥିଲା। ଫଳରେ ସେ ବେଦାଚାର୍ଯ୍ୟ ଭୂତତ୍ତ୍ବ ପଣ୍ଡିତ ନରୋତ୍ତମ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ପରେ ତାଙ୍କ ନିର୍ଦ୍ଦେଶକ୍ରମେ ରବିନାରାୟଣଙ୍କ ଘରେ ପୂଜାପାଠ, ହୋମଯଜ୍ଞ କରାଯାଇଥିଲା। ସେହିପରି ଘର ଭିତରେ ୬ ଫୁଟ୍‌ ଲମ୍ବ ଓ ୬ ଫୁଟ୍‌ ଓସାର ଜାଗାକୁ ୧୫ ଫୁଟ୍‌ ଗଭୀର ଯାଏ ଖୋଳାଯାଇଥିଲା। ଗାତ ଭିତରୁ ଏକ ପିତ୍ତଳ ଗରାରେ ଭର୍ତ୍ତି ଅଳଙ୍କାର ସମେତ ଶିବପାର୍ବତୀ, ଗଣେଶ, କାର୍ତ୍ତିକ ଓ ବୃଷଭ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ନରୋତ୍ତମ ଧାତବ ଦ୍ରବ୍ୟ ଭିତରେ ସୁନା ଅଳଙ୍କାର ଓ ସୁନା ମୂର୍ତ୍ତି ଥିବା ପ୍ରକାଶ କରିଛନ୍ତି। ଏହା ସହିତ କହିଛନ୍ତି, ସୁନା ଅଳଙ୍କାର ଓ ସୁନା ମୂର୍ତ୍ତି ବାବା ଆଖଣ୍ଡଳମଣିଙ୍କ ସମ୍ପତ୍ତି। ହେଲେ ଘର ମାଲିକ ରବିନାରାୟଣ ଏ କଥାକୁ ଖଣ୍ଡନ କରି ଧାତବ ଦ୍ରବ୍ୟଗୁଡ଼ିକ କେବଳ ପିତ୍ତଳ ମୂର୍ତ୍ତି ବୋଲି ସୂଚନା ଦେଇଛନ୍ତି। ପ୍ରଶାସନ ଏହାର ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe