ସଫେଇ ଆଳରେ ସୁନା ଲୁଟ୍‌

Advertisment
ଘରେ ପଶି ଝାମ୍ପିନେଲା ସୁନା ଚେନ୍‌

The New Indian Express

ହାଟଡିହି : ସୁନା ସଫା ଆଳରେ ହାର ଲୁଟି ନେଲେ ଦୁର୍ବୃତ୍ତ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଚଷାଖଣ୍ଡ ଗାଁରେ।

ଶନିବାର ଦିନ ଗାଁକୁ ଦୁଇଜଣ ବ୍ୟକ୍ତି ସୁନାରୁପା ଓ ବାସନ କୁସନ ସଫା କରିବା ପାଇଁ ଆସି ଘରଘର ବୁଲି ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ । କେହି କେହି ବାସନ କୁସନ ଓ ରୁପା ସଫା କରିଥିଲେ। ଏହାଦେଖି ଗାଁର ଜଣେ ବ୍ୟକ୍ତି ତାଙ୍କ ପରିବାରର ବାସନକୁସନ ସଫା କରିବାକୁ ଦେବାପରେ ସୁନା ହାର ସଫା କରିବାକୁ ଦେଇଥିଲେ। ବାସନ କୁସନ ଗୁଡିକ ରଖିବାକୁ ଘର ଭିତରକୁ ଯାଇଥିବାବେଳେ ଦୁର୍ବୃତ୍ତ ଦୁଇଜଣ ସୁନାହାରଟିକୁ ନେଇ ଚମ୍ପଟ ମାରିଥିଲେ। ପରେ ସେମାନଙ୍କୁ ବିଭିନ୍ନ ଆଡ଼େ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳି ନଥିଲା। ଗତବର୍ଷ ମଧ୍ୟ ସେହି ସମାନ ଢଙ୍ଗରେ ଡଅଁର ଗ୍ରାମରୁ ସୁନାରୁପା ଲୁଟ ହୋଇଥିଲା। ବାରମ୍ବାର ଏପରି ଘଟଣା ଘଟୁଥିଲେ ବି ଲୋକମାନେ ସଚେତନ ହେଉନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe