ତାଲା ବନ୍ଦ ଘରକୁ ପୁଣି ଟାର୍ଗେଟ କଲେ ଚୋର: ସୁନା ଅଳଙ୍କାର ସମେତ ନଗଦ ୭୫ ହଜାର ଲୁଟିଲେ

Advertisment
ତାଲା ବନ୍ଦ ଘରକୁ ପୁଣି ଟାର୍ଗେଟ କଲେ ଚୋର: ସୁନା ଅଳଙ୍କାର ସମେତ ନଗଦ ୭୫ ହଜାର ଲୁଟିଲେ

ରାୟଗଡ଼ା: ରାୟଗଡାରେ ଚୋରି ଥମିବାର ନାମ ନେଉ ନାହିଁ। ସାଇପ୍ରିୟା ନଗରରେ ଚୋରି ହୋଇଛି। ଏଥର କାର୍ତ୍ତିକ ନାୟକ ନାମକ ବ୍ୟକ୍ତିଙ୍କ ଘରେ ଚୋରି ହୋଇଛି। ସେ ଏକ ଦଶାହ କାର୍ଯ୍ୟରେ କଳହାଣ୍ଡିର ମୁଖିଗୁଡାକୁ ଯାଇଥିବା ବେଳେ ଘରେ ତାଲା ପଡିଥିବା ଦେଖି ଚୋରମାନେ କାର୍ତ୍ତିକଙ୍କ ଘରକୁ ଟାର୍ଗେଟ କରିଥିଲେ। ଘରର ତାଲା ଭାଙ୍ଗି ଘର ଭିତରେ ପଶି ଆଲମିରା ତାଡି ସମସ୍ତ ସୁନା ଗହଣ, ଟଂକା ଏବଂ ରୂପା ନେଇ ଉଭାନ ହୋଇଯାଇଛନ୍ତି। କାର୍ତ୍ତିକ ପ‌ୋଡଶୀ ଘର ଲୋକଙ୍କ ଠାରୁ ସୂଚନା ପାଇଥିଲେ।

ତୁରନ୍ତ ସେ ଫେରି ଦେଖିଲା ବେଳକୁ ଘରର ତାଲା ଭାଙ୍ଗି ଚୋରମାନେ ସବୁ ଟଂକା ସୂନା ନେଇ ଚମ୍ପଟ ମାରିସାରିଛନ୍ତି। କାର୍ତ୍ତିକଙ୍କ କହିବା ଅନୁଯାୟୀ ୨ ତୁଳା ସୁନା, ୭୫ ହଜାର ନଗଦ ଟଂକା, ୨୦ ତୁଳା ରୂପା ସହ ପିଲାମାନଙ୍କ ଟଂକା ହୁଣ୍ଡିକୁ ମଧ୍ୟ ଚୋରମାନେ ନେଇ ଚାଲିଯାଇଛନ୍ତି। ତୁରନ୍ତ କାର୍ତ୍ତିକ ରାୟଗଡା ପୁଲିସକୁ ସୂଚନା ଦେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

publive-image

ଲାଗାତାର ସାଇପ୍ରିୟା ନଗରେ ଚୋରଙ୍କ ଦୌରାତ୍ମ୍ୟ ଜାରି ରହିଛି। ଘରେ ତାଲା ପଡିଥିବା ଦେଖିବା ପରେ ରାତିରେ ଟାର୍ଗେଟ କରାଯାଉଛି। ପ୍ରତିଦିନ ସହରରେ ଚୋରି, ଡକାୟତି, ରାହାଜାନି ଘଟୁଥିଲେ ମଧ୍ୟ ପୁଲିସ ଚୋରକୁ ଧରିବାରେ ଏକ ପ୍ରକାର ବିଫଳ ହେଉଛି। ଚୋରମାନେ ମଧ୍ୟ ପୁଲିସକୁ ଚ୍ୟାଲେ଼ଞ୍ଜ କରି ଚୋରି କରିଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe