ପୁଲିସର ବାଇକ ଡିକି ଭାଙ୍ଗି ସୁନା ଅଳଙ୍କାର ଲୁଟ୍

Advertisment
ସମ୍ବଲପୁର ସହରରେ ଚେନ୍‌ ଲୁଟେରା ଆତଙ୍କ: ୨ ଘଣ୍ଟାରେ ୩ ମହିଳାଙ୍କ ବେକରୁ ଝାମ୍ପି ନେଲେ

Navbharat Times

ସୋନପୁର: ଗୁରୁବାର ସନ୍ଧ୍ୟାରେ ଜଣେ ପୁଲିସ ଅଧିକାରୀଙ୍କ ବାଇକ୍‌ ଡିକି ଭାଙ୍ଗି ଅଲଙ୍କାର ଲୁଟ୍‌ କରାଯାଇଛି। ସ୍ଥାନୀୟ ପଟାଭାଡ଼ି ଅଞ୍ଚଳରେ ରହୁଥିବା ପୁଲିସ ଏଏସ୍‌ଆଇ ବୁଡ଼ୁ ଭୋଇ ସୋନପୁର ଷ୍ଟେଟ୍‌ବ୍ୟାଙ୍କ ନିକଟ ଏକ ଜ୍ବେଲ୍‌ରି ଦୋକାନରୁ ୧୨ ଗ୍ରାମ ଓଜନର ଏକ ସୁନା ଚୁଡ଼ି ସେଟ୍‌ କିଣି ବାଇକ୍ ଡିକିରେ ରଖିଥିଲେ।

ପରେ ବାଇକ୍‌ରେ ବଡ଼ବଜାରସ୍ଥିତ ନିଜ ପୁରୁଣା ଘରକୁ ଆସିଥିଲେ। ଘର ସମ୍ମୁଖରେ ବାଇକ୍‌ ରଖି ଘରକୁ ଯାଇଥିଲେ। ଫେରିବା ପରେ ବାଇକ୍‌ର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ସୁନା ଚୁଡ଼ି ସେଟ୍‌ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ। ଏସମ୍ପର୍କରେ ଶ୍ରୀ ଭୋଇ ସୋନପୁର ଥାନାରେ ଅଭିଯୋଗ କଲାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe