ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସୁନାରୁପା ବଜାରରେ ଅସ୍ଥିରତା ଦେଖାଦେଇଛି। ଏହାରି ଭିତରେ ଆଜି ସୁନା ଦର କମିଛି। ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୯୬୦ ଟଙ୍କା ହ୍ରାସପାଇ ୧,୬୧,୬୮୦ ଟଙ୍କା ହୋଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୮୦୦ ଟଙ୍କା ତଳକୁ ଖସି ୧,୪୮,୨୦୦ ଟଙ୍କାରେ ରହିଛି।
ଆହୁରି ପଢନ୍ତୁ- Editorial: ଛୁଞ୍ଚି ଓ ଚାଲୁଣୀ: ଶ୍ୟାମସୁନ୍ଦର ଅଗ୍ରୱାଲାଙ୍କ ସମ୍ପାଦକୀୟ ସତ କହୁଛିରେ ଏଥର...
ଚଳିତମାସ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ସୁନା ଦର କମିଥିଲା। କିନ୍ତୁ ୭ ତାରିଖ ଦିନ ଏହା ବଢ଼ିଥିଲା। କିନ୍ତୁ ଆଜି ଦର ହ୍ରାସ ଘଟିଛି। ଅନ୍ୟପକ୍ଷରେ ରୁପା ଦର ଲଗାତାର ଭାବେ ଗତ କିଛିଦିନ ହେଲା ଅପରିବର୍ତ୍ତିତ ରହିଛି। ଭୁବନେଶ୍ବର ବଜାରରେ ରୁପା ଦର ସଂପ୍ରତି କିଲୋଗ୍ରାମ୍ ପିଛା ୨,୯୦,୦୦୦ ଟଙ୍କା ରହିଛି।
ଆହୁରି ପଢନ୍ତୁ- Selling Weapons: ଯୁଦ୍ଧରେ ବିଶ୍ବ ଅସ୍ତବ୍ୟସ୍ତ; ଅସ୍ତ୍ରଶସ୍ତ୍ର ବିକି ବିପୁଳ ଲାଭ କରୁଛି ଆମେରିକା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/03/09/gold-price-2026-03-09-16-43-34.jpg)