ସୁନା ଦର ଖସିଲା: ୭୦ହଜାର ତଳେ ସୁନା, ଲକ୍ଷେ ତଳକୁ ଖସିଲା ରୁପା

Advertisment

ଓଡ଼ିଶା ସମେତ ସାରା ଦେଶରେ ସୁନା ଦାମ୍‌ ଲଗାତାର ଭାବେ ହ୍ରାସ ପାଉଛି। ଗୁରୁବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୧୦୦ ଟଙ୍କା ହ୍ରାସ ପାଇ ୭୦ ହଜାର ଟଙ୍କା ତଳକୁ ଖସିଆସିଛି।

ଓଡ଼ିଶା ସମେତ ସାରା ଦେଶରେ ସୁନା ଦାମ୍‌ ଲଗାତାର ଭାବେ ହ୍ରାସ ପାଉଛି। ଗୁରୁବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୧୦୦ ଟଙ୍କା ହ୍ରାସ ପାଇ ୭୦ ହଜାର ଟଙ୍କା ତଳକୁ ଖସିଆସିଛି।

gold

ଭୁବନେଶ୍ବର: ଓଡ଼ିଶା ସମେତ ସାରା ଦେଶରେ ସୁନା ଦାମ୍‌ ଲଗାତାର ଭାବେ ହ୍ରାସ ପାଉଛି। ଗୁରୁବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୧୦୦ ଟଙ୍କା ହ୍ରାସ ପାଇ ୭୦ ହଜାର ଟଙ୍କା ତଳକୁ ଖସିଆସିଛି। ଦୀର୍ଘଦିନ ପରେ ସୁନାକୁ ୭୦ ହଜାର ଟଙ୍କା ତଳେ ଦେଖିବାକୁ ମିଳିଛି। ବିଶେଷଜ୍ଞମାନଙ୍କ କହିବାନୁସାରେ ଭାରତୀୟ ମୁଦ୍ରା ଟଙ୍କା ତୁଳନାରେ ଆମେରିକୀୟ ଡଲାର ମହଙ୍ଗା ହେଉଥିବାରୁ ସୁନା ଦାମ୍‌ କମୁଛି। ଆଗାମୀ ଦିନରେ ଯଦି ଡଲାର ଆହୁରି ଦୃଢ଼ ହେବ ତେବେ ସୁନା ଦାମ୍ ଆହୁରି କମିବ। ସୁନା ଶସ୍ତା ହେବାର ଅନ୍ୟ ଏକ କାରଣ ହେଉଛି ଆମେରିକା ଟ୍ରେଜେରିର ୟିଲ୍‌ଡ ବୃଦ୍ଧି ପାଇଛି। ତେଣୁ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ବିପୁଳ ପରିମାଣର ଅର୍ଥରାଶି ସେଭଳି ଉପକରଣରେ ନିବେଶ ହେଉଛି। ଫଳ ସ୍ବରୂପ ଅନ୍ୟ ସମ୍ପତ୍ତିଗୁଡ଼ିକର ଚାହିଦା କମ୍ ହୋଇଥିବାରୁ ସେଗୁଡ଼ିକର ଦାମ୍ ହ୍ରାସ ପାଉଛି। 

ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ୬୯,୩୫୦ ଟଙ୍କାକୁ ଖସିଆସିଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦାମ୍ ୧୨୦୦ ଟଙ୍କା ହ୍ରାସ ପାଇ ୭୫୬୫୦ ଟଙ୍କା ହୋଇଛି। କେବଳ ନଭେମ୍ବର ମାସରେ ୨୨ କ୍ୟାରେଟ୍ ସୁନାରେ ୪୫୦୦ ଟଙ୍କାର ହ୍ରାସ ହୋଇଛି। ସେହିପରି, ୨୪ କ୍ୟାରେଟ୍ ସୁନା ୪୯୧୦ ଟଙ୍କା ଶସ୍ତା ହୋଇଛି। ବହୁଦିନ ପରେ ରୁପା କେଜି ମଧ୍ୟ ଏକ ଲକ୍ଷ ଟଙ୍କା ତଳକୁ ଖସିଛି। ଗୁରୁବାର ରୁପ‌ା କେଜି ୨୦୦୦ ଟଙ୍କା ଶସ୍ତା ହୋଇ ୯୯ ହଜାର ଟଙ୍କା ହୋଇଛି। ଧନ୍‌ତେରସ୍‌ ବେଳକୁ ରୁପା ଦାମ୍‌ ଏକ ଲକ୍ଷ ୯ ହଜାର ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା। ସୁନା ଓ ରୁପା ମୂଲ୍ୟରେ ଏଭଳି ଏକ ସମୟରେ ହ୍ରାସ ହେଉଛି ଯେତେବେଳେ ଆଗକୁ ଏକ ବହୁତ ବଡ଼ ବିବାହ ଋତୁ ଆସୁଛି। ତେଣୁ ବିବାହ ଲାଗି ଆବଶ୍ୟକ ସୁନା ଗହଣା କିଣିବା ଲାଗି ଏହା ଉପଯୁକ୍ତ ସମୟ ଭାବେ ଉଭା ହୋଇଛି ବୋଲି ଗହଣା ବ୍ୟବସାୟୀମାନେ କହିଛନ୍ତି। ଅତ୍ୟାବଶ୍ୟକ ଗହଣାଗୁଡ଼ିକୁ ଏବେଠାରୁ କିଣି ଗ୍ରାହକମାନେ ଉଲ୍ଲେଖନୀୟ ସଞ୍ଚୟ କରିପାରିବେ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe