Gold Silver Price Hike Photograph: (sambad.in)
ଭୁବନେଶ୍ବର: ଚଳିତ ସପ୍ତାହରେ ସୁନା ଓ ରୁପା ବଜାରରେ ନିଆଁ ଲାଗିବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଉଭୟ ଧାତୁର ମୂଲ୍ୟ ଅତି ଅଧିକ ମାତ୍ରାରେ ବଢ଼ିବା ସହିତ ଦିନକୁ ଦିନ ନୂଆ ରେକର୍ଡ କରିଛି। ଗତ ରବିବାରଠାରୁ ଆଜି ମଧ୍ୟରେ ରୁପା କିଲୋଗ୍ରାମ୍ ପିଛା ୫୫ ହଜାର ଟଙ୍କା ମହଙ୍ଗା ହୋଇଛି। ଶନିବାର ରୁପା ଦର ୩,୬୫,୦୦୦ ଟଙ୍କା ଛୁଇଁଛି। ଜାନୁଆରି ୨୦ ଏବଂ ୨୩ ତାରିଖରେ ଯଥାକ୍ରମେ ୨୨ ହଜାର ଓ ୨୦ ହଜାର ଟଙ୍କା ବୃଦ୍ଧି ଘଟିଛି। କେବଳ ୨୨ ତାରିଖକୁ ଛାଡ଼ିଲେ ଅନ୍ୟ ସବୁଦିନ ରୁପା ଦର ବଢ଼ିଛି।
ଆହୁରି ପଢନ୍ତୁ- Cricket: ପୁଣି ଥରେ କ୍ରିକେଟ୍ ପଡ଼ିଆକୁ ଫେରିଲେ କ୍ୟାପ୍ଟେନ୍ କୁଲ୍ ଏମ୍ଏସ୍ ଧୋନି
ଜାନୁଆରି ମାସ ଆରମ୍ଭରୁ ଇତି ମଧ୍ୟରେ ରୁପା ଦର ୪୨.୫୮ ପ୍ରତିଶତ ବୃଦ୍ଧି ପାଇଛି। ଜାନୁଆରି ପହିଲାରେ ରୁପା ଦର ୨,୫୬,୦୦୦ ଟଙ୍କା ଥିଲା। ୨୪ ଦିନରେ ଏହି ଧାତୁ ଦର ୧ ଲକ୍ଷ ଟଙ୍କା ବଢ଼ିଯାଇଛି।ସେହିଭଳି ସୁନା ଦର ଭୁବନେଶ୍ବର ବଜାରରେ ଶନିବାର ଦିନ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୩୧୧୦ ଟଙ୍କା ବୃଦ୍ଧି ପାଇ ୧,୬୦,୨୬୦ ଟଙ୍କା ଛୁଇଁଛି। ସେହିଭଳି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦର ୨୮୫୦ ଟଙ୍କା ବୃଦ୍ଧି ଘଟି ୧,୪୬,୯୦୦ ଟଙ୍କାରେ ପହଞ୍ଚିଛି। ଚଳିତ ସପ୍ତାହରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୧୬,୪୮୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧୫,୧୦୦ ଟଙ୍କା ମହଙ୍ଗା ହୋଇଛି। ଚଳିତମାସ ୧ ତାରିଖରୁ ଇତିମଧ୍ୟରେ ସୁନା ଦର ୧୮.୬୬ ପ୍ରତିଶତ ବଢ଼ିଛି। ୨୪ କ୍ୟାରେଟ୍ ସୁନା ଦର ୨୫,୨୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୨୩,୧୦୦ ଟଙ୍କା ମହଙ୍ଗା ହୋଇଯାଇଛି।
ଆହୁରି ପଢନ୍ତୁ- Election: ଓଡ଼ିଶାରେ କେବେ ହେବ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ?
Follow Us