ବୀରମହାରାଜପୁର: ଶିକ୍ଷକ ଦମ୍ପତିଙ୍କ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ଝିଅ ବାହାଘର ପାଇଁ ରଖିଥିବା ସୁନା-ରୁପା ଗହଣା ଦୁବୃର୍ତ୍ତମାନେ ଅନ୍ଧାରର ସୁଯୋଗ ନେଇ ଲୁଟି ନେଇଛନ୍ତି। ଦୁଇଟି ସୁନା ହାର, ୭ଟି ସୁନା ଚେନ୍, ୧୭ଟି ସୁନାର ମୁଦି, ଦୁଇଟି ଖଡୁ, ରୁପାର ପାଞ୍ଚ ହଳ ପାଉଜୀ ସହ ଅନ୍ୟାନ୍ୟ ସୁନା ଗହଣା ସହିତ ୬୦ ହଜାରରୁ ଅଧିକ ନଗଦ ଟଙ୍କା ଚୋରି ହୋଇଥିବା ଶିକ୍ଷକ ଦମ୍ପତି ପୁଲିସକୁ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଲୁଟ୍ ହୋଇଥିବା ଅଳଙ୍କାରର ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ଶିକ୍ଷକ ଦମ୍ପତି କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଶୌରନଗର ନିବାସୀ ଶିକ୍ଷକ ଦମ୍ପତି ଘରେ ଏହି ଲୁଟ୍ ହୋଇଛି।
/sambad/media/post_attachments/wp-content/uploads/2021/12/bmpur.jpg)
ମିଳିଥିବା ସୂଚନା ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ରାଜବୋଡାସମର ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ବୀରମହାରାଜପୁରର ଶୌରନଗରରେ ରହୁଥିବା ଧର୍ମ କୁମାର ଶତପଥୀ ଓ ତାଙ୍କ ସ୍ତ୍ରୀ ତଥା ଶିକ୍ଷୟିତ୍ରୀ ମିନା ମିଶ୍ରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ରାତିରେ ଲୁଟ୍ କରିଛନ୍ତି। ମିନା ମିଶ୍ର ତାଙ୍କର ଭାଇର ବାହାଘର ପାଇଁ ଗତ ଶନିବାର ଦିନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଯାଇଥିଲେ। ସେମାନେ ଘରେ ତାଲା ପକାଇ ଯାଇଥିଲେ। ସୋମବାର ଦିନ ଦଶଟାରେ ମିନା ମିଶ୍ର ଓ ତାଙ୍କ ଝିଅ ଯେତେବେଳେ ଘରେ ପହଞ୍ଚି ଦେଖିଲେ କବାଟ ତାଲା ଭଙ୍ଗାଯାଇଛି ଓ ଭିତର ପଟୁ କବାଟ ବନ୍ଦ ରହିଛି । ଏହା ଦେଖି ଶ୍ରୀମତୀ ମିଶ୍ର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାଡି ପଟୁ ଯାଇ ଦେଖିଲା ବେଳକୁ ଦୁର୍ବୃତ୍ତ ମାନେ ଆଲମାରି ଭାଙ୍ଗିଥିବା ଜାଣିବାକୁ ପାଇଥିଲେ। ଜିନିଷ-ପତ୍ର ଏଣେ-ତେଣେ ପଡ଼ିଥିବା ଦେଖିଥିଲେ।
ଏନେଇ ମିନା ମିଶ୍ରଙ୍କ ପିଉସୀ ପୁଅ ଭାଇ ପ୍ରମିତ୍ ପ୍ରମଥେସ୍ ଶତପଥୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୀରମହାରାଜପୁର ଥାନା ସବ୍ ଇନିଷ୍ପେଟର୍ ପ୍ରଭାତୀ ଦାସ୍ , ଏଏସ୍ଆଇ ଅରବିନ୍ଦ ସାହୁ ଓ ଅନ୍ୟ ପୁଲିସ କର୍ମଚାରୀ ତଦନ୍ତ ଆରମ୍ଭ କରିଛନ୍ତି । ଏବିଷୟରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀଙ୍କକୁ ଜଣାଇଛନ୍ତି। ବଲାଙ୍ଗୀର ଓ ସମ୍ବଲପୁରରୁ ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଆସିବେ ବୋଲି କୁହାଯାଇଛି।
/sambad/media/post_attachments/wp-content/uploads/2021/12/1ea604cd-f02b-490b-85e9-ffb28670a868.jpg)
। ଶିକ୍ଷକ ଦମ୍ପତି ଘରେ ନଥିବାର ସୁଯୋଗ ନେଇ ଚୋର ମାନେ ବେଧଡକ୍ ଚୋରି କରି ଫେରାର୍ ହୋଇଯାଇଛନ୍ତି ଏଣୁ ସ୍ଥାନୀୟ ଅଞ୍ଚଳର କିଛି ଚୋର ମାନଙ୍କ ସାହାଯ୍ୟରେ ଏହି ଚୋରି ହୋଇଥିବା ଅନୁମାନ କରାଯାଇଛି । ପୁଲିସ ଅନୁମାନ ଅନୁସାରେ ରବିବାର ରାତିରେ ଚୋରି ହୋଇଥିବା ଅନୁମାନ କରୁଛି । ଦୀର୍ଘ ଦିନ ହେଲା ବୀରମହାରାଜପୁର ଅଞ୍ଚଳରେ ବଡ଼ ଧରଣର ଚୋରି ହୋଇନଥିଲା। ଏଣୁ ବୀରମହାରାଜପୁର ପୋଲିସ ଚୋରି ଘଟଣାର ସୁରନ୍ତ ପର୍ଦାଫାସ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
Follow Us